Latest Odisha News

BREAKING NEWS

ମମତାଙ୍କ ଦୁଆରେ ରାଶନ ଯୋଜନା ଅବୈଧ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଦୁଆରେ ରାଶନ ଯୋଜନାକୁ କଲିକତା ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଶକ୍ତ ଧକ୍କା ଲାଗିଛି । ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବିରୁଦ୍ଧ ଅଟେ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ସମାନ୍ତରଳରେ ମମତା ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ । ଏଥିରେ ସରକାର ୧୬୦ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ହିତାଧିକାରୀଙ୍କ ଘରେ ରାଶନ ପଂହଚିବ । ଏହି ଯୋଜନା ୧୦ କୋଟି ଲୋକଙ୍କୁ ଉପକୃତ କରିବା ସହ ୪୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମମତା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ହାଇକୋର୍ଟର ଏକକ ବେଂଚ ଏହାକୁ ବୈଧ ଘୋଷିତ କରିଥିଲା । ଏହାକୁ ବିରୋଧ କରି ଡିଲରମାନେ ହାଇକୋର୍ଟରେ ଆଉଥରେ ଆବେଦନ କରିଥିଲେ । ବିଚାରପତି ଚିତରଂଜନ ଦାସ ଓ ଅନିରୁଦ୍ଧ ରାୟ ଏହାର ଶୁଣାଣୀ କରି କହିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ବିରୋଧ ଅଟେ । ଆଇନ ଦୃଷ୍ଟିକୋଣରୁ ଏହାର ମାନେ କିଛି ନାହିଁ ।

Leave A Reply

Your email address will not be published.