Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନ ନିକଟରେ କେଶ ଦାଏର

ଭୁବନେଶ୍ୱର :  ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ କେଶ ଦାଏର କରାଯାଇଛି  । ଏହି କେଶ ଦାଏର କରିଛନ୍ତି  ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ  ।  ମାନବ ଅଧିକାର କମିଶନଙ୍କ  ଟିମର ତଦନ୍ତ ଏବଂ ଧର୍ମେନ୍ଦ୍ର ସାହୁଙ୍କ ପରିବାରକୁ ତିରିଶି ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୧୬୨୮୯/ଇନ/୨୦୨୨ କେଶ ଦାଏର କରାଯାଇଛି  ।

୨୪/୦୯/୨୦୨୨ ରେ ପୁରୀ ଜିଲ୍ଲା ଶାସକ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କର ଭୁବନେଶ୍ୱର ଶିଶୁପାଳଗଡ଼ରେ ଥିବା ବାସ ଭବନରେ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଏ ବାବଦରେ ଭୁବନେଶ୍ୱର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି  । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ହେବାର କିଛି ସମୟ ପୂର୍ବରୁ ନିଜ ଫେସବୁକରେ  ତାଙ୍କ ମୋବାଇଲରେ କିଛି ସନ୍ଦେହ ଜନକ ଭିଡ଼ିଓ କଥା ପୋଷ୍ଟ କରିଥିଲେ  । ପୋଲିସ ତଦନ୍ତ ସମୟରେ ଘଟଣା ସ୍ଥଳରେ ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲ ପାଇନଥିଲେ , ପରବର୍ତ୍ତୀ ସମୟରେ ସନ୍ଧାନି କୁକୁର ସାହାଯ୍ୟରେ ତାଙ୍କ ଘର ପାଖରେ ଥିବା ଗଡିଆରୁ ଧର୍ମେନ୍ଦ୍ର ସାହୁ ୨ ଟି ମୋବାଇଲ ମିଳିଥିଲା ମୋବାଇଲରୁ ଡାଟା ରିକଭରୀ ପାଇଁ ପୋଲିସ ରାଜ୍ୟ ଫୋରେନସିକ୍ ଲ୍ୟାବ୍ ଙ୍କୁ ପାଖକୁ ପଠାଇଛନ୍ତି  । ଅନ୍ୟ ପଟରେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କିଛି ସମୟ ପୃର୍ବରୁ ଧର୍ମେନ୍ଦ୍ର ସାହୁ ନିଜେ ଜଣେ ସାମ୍ବାଦିକଙ୍କ ସାଙ୍ଗରେ ଫୋନ ଯୋଗେ ଯେଉଁ ବାର୍ତାଳାପ କରିଥିଲେ ବିଭିନ୍ନ ଗଣମଧ୍ୟମରେ ଉକ୍ତ ବାର୍ତାଳାପରୁ ସ୍ପଷ୍ଟ ଜଣାପଡୁଛି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ଅନେକ ପ୍ରଭାବଶାଳୀ ଲୋକ ଜଡିତ ଅଛନ୍ତି  । ସବୁଠାରୁ ଗୁରୁତ୍ୱପୁର୍ଣ କଥା ହେଲା ଧର୍ମେନ୍ଦ୍ର ସାହୁ ଉକ୍ତ ସାମ୍ବାଦିକଙ୍କ ସାଙ୍ଗରେ ବାର୍ତାଳାପ ମାଧ୍ୟମରେ କହୁଛନ୍ତି  ରାଜ୍ୟର ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜଡିତ ଅଛନ୍ତି  । ବଡ଼ ବଡ଼ିଆ ଲୋକ ଏ ମାମଲାରେ ଜଡିତ ଥିବା କାରଣରୁ ରାଜ୍ୟ ପୋଲିସ ବିଭାଗ ସଠିକ ତଦନ୍ତ ହୋଇ ପାରିବନାହିଁ  । ଏହି ଘଟଣା ସାରା ରାଜ୍ୟରୁ ବିଭିନ୍ନ ମହଲରୁ ବହୁତ ଉଦବେଗ ପ୍ରକାଶ ପାଉଛି |

ଏହି ସବୁ କାରଣରୁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ କେଶ ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ  । ତାସହ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ କମିଶନଙ୍କ ଟିମ ତଦନ୍ତ କରିବା ସାଙ୍ଗେ ସାଙ୍ଗେ ଧର୍ମେନ୍ଦ୍ର ସାହୁଙ୍କ ପରିବାରକୁ ୩୦,୦୦୦,୦୦ (ତିରିଶି ଲକ୍ଷ ଟଙ୍କା) କ୍ଷତିପୂରଣ ଯୋଗେଇ ଦେବାପାଇଁ ଅନୁରୋଧ ମଧ୍ୟ କରିଛନ୍ତି ସୁବ୍ରତ କୁମାର ଦାଶ   ।

Leave A Reply

Your email address will not be published.