Latest Odisha News

BREAKING NEWS

୨୪ ଘଣ୍ଟାରେ ଦେଶରୁ ୧ଲକ୍ଷ ୩୪ ହଜାର ପଜିଟିଭ୍, ୨୮୮୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୪ହଜାର ୧୫୪ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୮୮୭ ଜୀବନ । ଦେଶରେ କରୋନାରେ ସଂକ୍ରମିତ ହେଲେଣି ମୋଟ୍ ୨କୋଟି ୮୪ଲକ୍ଷ ୪୧ହଜାରରୁ ଅଧିକ । ମୃତ୍ୟୁସଂଖ୍ୟା ୩ଲକ୍ଷ ୩୭ହଜାର ୮୯୮କୁ ବୃଦ୍ଧି ପାଇଛି ।

ଏଣିକି ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୧୧ହଜାର ୪୯୯ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୨କୋଟି ୬୩ଲକ୍ଷ ୯୦ହଜାରକୁ ବୃଦ୍ଧି ପାଇଛି । ଏବେ ଦେଶରେ ୧୭ଲକ୍ଷ ୧୩ହଜାର ୪୧୩ଟି ଆକ୍ଟିଭ୍ କେସ୍ ରହିଛି । ପଜିଟିଭିଟି ରେଟ୍ ବି ଖସୁଛି ।

Leave A Reply

Your email address will not be published.