ବିହାରର ପାଟଣାରୁ ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ରବିଶଙ୍କର ପଚାରିଛନ୍ତି, ରାହୁଲ ଗାନ୍ଧି କଣ ବୋଫର୍ସ ଦୁର୍ନୀତି ବିରୋଧରେ କିଛି କେବେ କହିଛନ୍ତି, ନା ନ୍ୟାସନାଲ ହେରାଲଡ୍ କେସ ଉପରେ, ଯେଉଁଥିରେ ସେ ନିଜେ ଜାମିନରେ ଅଛନ୍ତି । ବାସ୍ତବରେ ରାହୁଲ ଗାନ୍ଧିଙ୍କର ଏଜେଣ୍ଡା କଣ ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର । ଏଥିସହ ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ ନିକଟରେ ରାହୁଲଙ୍କ ଉପରେ ଏକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାକୁ ନେଇ ସେ ଆକ୍ରମଣାତ୍ମକ ଅନ୍ଦାଜରେ ନଜର ଆସିଥିଲେ । କହିଥିଲେ ବିଜେପି ଜାଣିବାକୁ ଚାହୁଁଛି ଯେ, ରାହୁଲଙ୍କ ବିଦେଶ ଗସ୍ତର ବିଲିଂଗ-ଡିଲିଂଗର ରାଜ କଣ। କେଉଁମାନେ ସେହି ଅବାଞ୍ଝିତ ବ୍ୟବସାୟୀ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଶନିବାର କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତାମାନଙ୍କ ଲିଙ୍କ୍ ଆଦାନିଙ୍କ ସହ ରହିଥିବା ଅଭିଯୋଗ କରିଥିଲେ। ରାହୁଲଙ୍କ କହିବା କଥା ଶିଳ୍ପପତି ଗୌତମ ଆଦାନିଙ୍କ ସହ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ପ୍ରତିଷ୍ଠାତା ତଥା ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦଙ୍କ ଲିଙ୍କ୍ ରହିଛି। ଯାହାର ଜବାବରେ ଗୁଲାମ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଥିଲେ,ରାହୁଲଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପର୍କ ବ୍ୟବସାୟୀମାନଙ୍କ ସହ ରହିଛି। ଦେଶ ବାହାରକୁ ଯାଇ ରାହୁଲ ଏମିତି କିଛି ଲୋକଙ୍କୁ ସାକ୍ଷାତ କରନ୍ତି, ଯେଉଁମାନେ ହେଉଛନ୍ତି ଅବାଞ୍ଝିତ ବ୍ୟବସାୟୀ। ଯାହାକୁ ନେଇ ଆଜି ରାହୁଲଙ୍କୁ ଘେରିଛି ବିଜେପି ।
Comments are closed.