Latest Odisha News

‘ବିଜେପିକୁ ଭୋଟ୍ ଦେଇ ଓଡିଶାକୁ ରାମରାଜ୍ୟରେ ପରିଣତ କରନ୍ତୁ’

କେନ୍ଦୁଝର: ରାଜ୍ୟରେ ବିଜେଡି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ରାଜ୍ୟକୁ ରାମ ରାଜ୍ୟରେ ପରିଣତ କରିବାକୁ ହେଲେ ବିଜେପିକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ସରକାର ଗଢ଼ିବାର ସୁଯୋଗ ଦୋବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତା ଅରୁଣ ଗୋଭିଲ । ସେ ଓଡିଶା ଆସି କେନ୍ଦୁଝର, ଚମ୍ପୁଆ ଓ ତେଲକୋଇରେ ମାରାଥନ୍ ପ୍ରଚାର କରିଛନ୍ତି ।

ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସମଗ୍ର ଦେଶବାସୀଙ୍କ ହୃଦୟରେ ରହିଥିବା ଅରୁଣ ଗୋଭିଲ ଜନସଭାକୁ ସମ୍ବୋଧିତ କରିବା ସମୟରେ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ଏବଂ ତେଲକୋଇ ବିଧାୟକ ପ୍ରାର୍ଥୀ ଡାକ୍ତର ଫକୀର ଚରଣ ନାୟକଙ୍କପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।
ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ଓ ଦେଶରେ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆହ୍ବାନ କରିଥିଲେ ବିଜେପି ନେତା ଅରୁଣ ଗୋଭିଲ ।

Leave A Reply

Your email address will not be published.