Latest Odisha News

‘ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓକୁ ଦୁର୍ଭାଗ୍ୟଜନକ କହିଲେ ସମୀର ମହାନ୍ତି । ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ।ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ । ସେ ଗୁମାସ୍ତାକୁ ସତର୍କ କରାଇ ଦେଉଛୁ, ଗୋଡ଼ ବାଜିଲେ ଆମେ ବିଷ୍ଣୁ କରୁ । ତମେ ଗୋଇଠା ମାରୁଛ, ତୁରନ୍ତ କ୍ଷମା ମାଗ । ଏଭଳି କିଛି ପ୍ରେସମିଟ କରି କହିଛନ୍ତି ବିଜେପି ନେତା ସମୀର ମହାନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ ଗୋଡ଼ ମାରୁଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନିତୀ । ଆଜି  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି  କହିଛନ୍ତି ,ଗତକାଲି ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ ବାବୁ ଭିଡ଼ିକି ରଖିବା ଏକ ଭିଡିଓ ଦେଖିବାକୁ ମିଳିଥିଲା। ଆଜି ଆଉ ଏକ ଭିଡିଓ ନଜରକୁ ଆସିଛି, ଯେଉଁଥିରେ ବିଜେଡିର ଜଣେ ନେତା ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁବା ବେଳେ ପାଣ୍ଡିଆନ ଗୋଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ଆଡ଼େଇ ଦେଉଥିବା ଦେଖିବାକୁ ମିଳିଛି।

ଏହା ଅତ୍ୟନ୍ତ ଦୁଖଃଦାୟକ ଘଟଣା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିବାକୁ ପଛାଉ ନ ଥିବା  କହିଛନ୍ତି ସମୀର । ଜଗନ୍ନାଥଙ୍କ ସଂସ୍କୃତି  ଓ ପରମ୍ପରାକୁ ବାରମ୍ବାର ଅପମାନିତ କରୁଛନ୍ତି । ସେହିପରି ସମୀର ମହାନ୍ତି କହିଛନ୍ତି, ସାଢେ ଚାରି କୋଟି ଓଡିଆଙ୍କ ତୁମେ ମୁଖ୍ୟମନ୍ତ୍ରୀ । ତୁମେ ଜାଣି ରଖିବା ଦରକାର ତୁମର ସ୍ଥାନ କୋଉଁଠି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସମୀର । ଅନ୍ୟପଟେ ଦୁଇ ଆଇପିଏସ୍ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଇସିଆଇ୍ ଙ୍କ ପଦେକ୍ଷପକୁ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ସମୀର ମହାନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୭ ତାରିଖରେ କେନ୍ଦ୍ରାପଡ଼ା ଗସ୍ତରେ ଏକ ସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ଏହି ଭିଡିଓଟି ରେକର୍ଡ କରାଯାଇଥିବା ଜଣାପଡିଛି ।

Comments are closed.