Latest Odisha News

BREAKING NEWS

ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ନେତା ଶାହନଓ୍ବାଜ ହୁସେନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନଓ୍ୱାଜ ହୁସେନଙ୍କୁ ମଙ୍ଗଳବାର ହୃଦଘାତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ଏହି 54 ବର୍ଷୀୟ ନେତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି।

ଶାହନଓ୍ୱାଜ ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ପରେ ତାଙ୍କୁ ପ୍ରାଇଭେଟ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଇଲେକ୍ଟ୍ରୋକାର୍ଡିଓଗ୍ରାମ ଓ 2ଡି ଇକୋ ରିପୋର୍ଟ ପରେ ହସ୍ପିଟାଲରେ ଡାକ୍ତର ଜଲିଲ ପାରକର ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁରେଶ ଭିଜନଙ୍କ ଦ୍ୱାରା ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

ବାନ୍ଦ୍ରା ଅଞ୍ଚଳରେ ଥିବା ମୁମ୍ବାଇ ବିଜେପି ମୁଖ୍ୟ ତଥା ବିଧାୟକ ଆଶିଷ ଶେଲାରଙ୍କ ବାସଭବନରେ ଥିବା ବେଳେ ସଂଧ୍ୟା ସମୟରେ ଶାହନଓ୍ୱାଜ୍ ହୁସେନ୍ ଅସହଜ ଅନୁଭବ କରିବା ଆରମ୍ଭ କରିଥିଲେ। ପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିହାରରେ ଏନଡିଏ ସରକାର ଅମଳରେ ଶିଳ୍ପ ମନ୍ତ୍ରୀ ଥିବା ହୁସେନ୍ ବିଜେପିର ଜଣେ ଅନ୍ୟତମ ଶୀର୍ଷ ନେତା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ବୟନ ଶିଳ୍ପ ମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.