Latest Odisha News

BREAKING NEWS

ମାଆ ହେଲେ ସ୍ୱରା, ନବଜାତ ଶିଶୁକନ୍ୟାର ନାଁ ରଖିଲେ ରାବିୟା

ମୁମ୍ବାଇ: ମାଆ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କର । ନିକଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ସ୍ୱରା , ତାଙ୍କ ସ୍ୱାମୀ ଫହଦ ଅହମ୍ମଦ ଓ ପରିବାର ଲୋକ ବହୁତ ଖୁସି ଅଛନ୍ତି । ସ୍ୱରା ନିଜ ନବଜାତ ଶିଶୁ କନ୍ୟାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସ୍ୱରା ଓ ଫହାଦ ତାଙ୍କ କନ୍ୟାଙ୍କ ନାମ ରାବିୟା ରଖିଥିବା ଜଣାଯାଇଛି ।

ଗତ ଶନିବାର ଦିଲ୍ଲୀର ଏକ ଘରୋଇ ହସପିଟାଲରେ ସ୍ୱରା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ମା’ ଓ ବାପା ହେବା ପରେ ସ୍ୱରା ଓ ଫହାଦ ଦୁହେଁ ଦିଲ୍ଲୀରେ ଅଛନ୍ତି । ହସ୍ପିଟାଲରେ ଥାଇ ସ୍ୱରା ସ୍ୱାମୀ ଓ ନବଜାତ ଶିଶୁ ସହିତ ଗୋଟିଏ ପରେ ଗୋଟିଏ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି । ଫଟୋରେ ସ୍ୱରା କୋଳରେ ତାଙ୍କ ଶିଶୁ କନ୍ୟାଙ୍କୁ ଧରି ଥିବା ବେଳେ ପାଖରେ ଫହାଦ ଛିଡ଼ା ହୋଇଥିବା ନଜର ଆସିଛନ୍ତି । ଉଭୟ ଶିଶୁକନ୍ୟାଙ୍କୁ ଧରି ଖୁବ ଖୁସି ଥିବା ଫଟୋରେ ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ, ସ୍ୱରା ଏବଂ ଫହାଦ ୨୦୨୩ ଫେବୃଆରିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ଖୁବଅଳ୍ପ ଦିନ ମଧ୍ୟରେ ସ୍ୱରା ଜୁନ୍‌ରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ ।

 

Leave A Reply

Your email address will not be published.