Latest Odisha News

BREAKING NEWS

୧୯ରେ ଆସିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ..୨୦ରେ ଶପଥ ଗ୍ରହଣ!

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଦିଲ୍ଲୀକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା । ଏନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ମିଳିଥିବା ସୂଚନା ମୁତାବକ, ଆସନ୍ତା ୧୯ ତାରିଖରେ ଦିଲ୍ଲୀ ବିଧାୟକ ଦଳ ବୈଠକ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ଏହାପରେ ଫେବୃଆରୀ ୨୦ରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଥିସହିତ ସୂଚନା ଏହା ବି ମିଳିଛି, ଯେ ସଦ୍ୟ ସମାପ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇଥିବା ୪୮ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୧୫ ଜଣଙ୍କ ନାମ ତାଲିକାଭୁକ୍ତ କରାଯାଇଛି । ଆଉ ନଅ ଜଣଙ୍କୁ ମୁଖ୍ୟମନ୍ତ୍ରୀ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ପ୍ରମୁଖ ପଦବୀ ମଧ୍ୟ ଏହି ବୈଠକରେ ଚୟନ କରାଯିବ ।

ଅନ୍ୟପଟେ ୨୭ ବର୍ଷ ପରେ ଦିଲ୍ଲୀରେ ନୂଆ ସରକାର ଗଢିବା ପାଇଁ ଉତ୍ସୁକତାର ସହିତ ପ୍ରସ୍ତୁତି ଆରମ୍ଭ ହୋଇଛି । ଫେବୃଆରୀ ୮ରେ ଦିଲ୍ଲୀ ନିର୍ବାଚନର ଭୋଟ ଗଣନା  ହୋଇଥିବା ବେଳେ, ୭୦ ଆସନରୁ ବିଜେପି ୪୮ଟି ଆସନରେ ବୁହମତ ହାସଲ କରି ଦୀର୍ଘ ୨୭ ବର୍ଷ ପରେ ସରକାରକୁ ଫେରିଛି । ପ୍ରାୟ ଏକ ଦଶନ୍ଧି ଧରି ଦିଲ୍ଲୀରେ ଶାସନ କରୁଥିବା ଆପ ୨୨ ଟି ଆସନ ଜିତିବାରେ ପରାଜୟ ବରଣ କରିଥିବା ବେଳେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ସମେତ ପ୍ରମୁଖ ନେତାମାନେ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା ନକରି ନିର୍ବାଚନ ଜିତିଥିବା ବିଜେପି ସରକାର, ଏବେ ଦିଲ୍ଲୀ ମୁଖିଆ ନିର୍ଣ୍ଣୟ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ କରିଛି । ଯେଉଁଥିରେ ପାଞ୍ଚ ଜଣ ନେତା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଚର୍ଚ୍ଚାରେ ରହିଛନ୍ତି । ନୂଆଦିଲ୍ଲୀ ଆସନରେ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରବେଶ ବର୍ମା ଦିଲ୍ଲୀରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ମୁହଁ ତାଲିକାରେ ଆଗଧାଡିରେ ରହିଛନ୍ତି । ସେହିପରି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିବା ବରିଷ୍ଠ ବିଜେପି ନେତା ବିଜେନ୍ଦର ଗୁପ୍ତା, ପୂର୍ବରୁ ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିବା ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା ସତୀଶ ଉପାଧ୍ୟାୟ, କେନ୍ଦ୍ରୀୟ ନେତାମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଆଶିଷ ସୁଦ ଏବଂ ବୈଶ୍ୟ ସମ୍ପ୍ରଦାୟର ଜଣେ କଟ୍ଟର ଆରଏସଏସ ଜିତେନ୍ଦ୍ର ମହାଜନଙ୍କ ନାମ ଚର୍ଚ୍ଚାରେ ରହିଛି ।

Comments are closed.