Latest Odisha News

BREAKING NEWS

ମୋବାଇଲ ହ୍ୟାକ ଉଦ୍ୟମ: ସାମ୍ନାକୁ ଆସିଲା ଆମେରିକା ବ୍ୟବସାୟୀ ଜର୍ଜ ସୋରେଶଙ୍କ ସଂପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ମୋବାଇଲ ହ୍ୟାକ ଉଦ୍ୟମକୁ ଦେଖା ଦେଇଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି । ବିରୋଧୀଙ୍କ ମୋବାଇଲ ବିଜେପି ହ୍ୟାକ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ଦଳର ନେତା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ବିଜେପି ଏପରି ଅଭିଯୋଗକୁ ଖଣ୍ଡନ କରିଛି ।  ଆପଲ କମ୍ପାନୀ ମଧ୍ୟ ଏପରି ଅଭିଯୋଗକୁ ଖଣ୍ଡିନ କରିଛି । ତେବ ଏହି କନ୍ଦଳ ମଧ୍ୟରେ  ଆମେରିକାର କୋଟିପତି ବ୍ୟବସାୟୀ  ଜର୍ଜ ସୋରେଶଙ୍କ ସମ୍ପର୍କ ଥିବା ବିଜେପି କହିଛି । ଜର୍ଜ ସୋରେଶ ନରେନ୍ଦ୍ର ମୋଦିଙ୍କର ଜଣେ ବଡ ସମାଲେଚକ । ସେ ଭାରତର ଆଭ୍ୟନ୍ତରୀଣ ବିବାଦ ଉପରେ ହସ୍ତକ୍ଷେପ କରି ସରକାରଙ୍କୁ ଏପରି ଘେରୁଛନ୍ତି ବୋଲି କହିଛି ବିଜେପି ।

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ଟୁଇଟ କରି ଆପଲ ଆଲର୍ଟରେ ଜର୍ଜ ସୋରେଶଙ୍କ ସଂପୃକ୍ତି ଥିବାର ତଥ୍ୟ ବାହାର କରିଛି । ସେ ଟୁଇଟ କରି କହିଛନ୍ତି, କେବଳ ବିପକ୍ଷ ନେତାଙ୍କୁ ଆପଲରୁ ମିଳିଥିବା ଆଲର୍ଟ ମେସେଜର ଜର୍ଜ ସୋରେସଙ୍କ ଦ୍ୱାରା ଫେଡେଡ ‘Access Now’  ସଂପୃକ୍ତି ଥିବା ଜଣାଯାଇଛି ।

ଅମିତ ମାଲବିୟ ଏକ ଟୁଇଟକୁ ରି-ଟୁଇଟ କରିଛନ୍ତି ଯେଉଁଥିରେ କୁହାଯାଇଛି, ଆପଲର ଆଲର୍ଟ ମେସେଜ ଆପଲର ଆଲର୍ଟରେ ଯେଉଁ http://Accessnow.org  ନାମରେ ଯେଉଁ ଡିଜିଟାଲ ହେଲପ ଲାଇନ ଦେଖିବାକୁ ମିଳିଛି ତାହା ସହ ଜର୍ଜ ସୋରେସଙ୍କ ସଂପୃକ୍ତି ରହିଛି ।

ଏଠି କହିରଖିବୁ, ଟିଏମସସ ସାଂସଦ ମହୁଆ ମୋଇତ୍ର ମଙ୍ଗଳବାର ଟୁଇଟ କରି କହିଥିଲେ,  ଆପଲର ଏକ ଆଲର୍ଟ ମେସେଜ ଆିସିଛି । ଏଥିରେ କୁହାଯାଇଛି, ତୁମର ଫୋନ ଏବଂ ଇମେଲକୁ ହ୍ୟାକ କରିବା ପାଇଁ ଉଦ୍ୟମ ଚାଲିଛି ।ମହୁଆଙ୍କ ପରେ ପରେ କଂଗ୍ରେସ ସାଂସଦ ଶଶି ଥରୁର, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, କଂଗ୍ରେସ ପ୍ରବକ୍ତା ପବନ ଡେଡା, ଓବେସୀ ପ୍ରମୁଖ ସମାନ ଅଭଯୋଗ ଆଣିଥିଲେ ।

Leave A Reply

Your email address will not be published.