ଲକ୍ଷ୍ନୌ: ଉତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ବିଜେପି ଇତିହାସ ରଚିଛି । ୪୦ ବର୍ଷ ପରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ପୂର୍ବରୁ ୧୯୮୨ରେ କଂଗ୍ରେସ ଏହି ସଫଳତା ହାସଲ କରିଥିଲା । ଏବେ ହୋଇଥିବା ୩୬ ସିଟ ପାଇଁ ନିର୍ବାଚନରେ ବିଜେପି ୩୩ରେ ବିଜୟୀ ହୋଇଛି । ଓଭରାଲ ଦଳ ୬୭ ଏମଏଲସି ହାତେଇ ସାରିଛି । ଯାହାକି ସଂଖ୍ୟା ଗରିଷ୍ଠତା ୫୧ରୁ ଯଥେଷ୍ଟ ଅଧିକ ।
ପୂର୍ବରୁ ୨୦୦୪ରେ ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦଳ ୨୪ ସିଟ ଜିତିଥିଲା । ୨୦୧୦ରେ ସୁଶ୍ରୀ ମାୟାବତୀଙ୍କ ସମୟରେ ବିଏସପି ୩୪ ସିଟ ଏବଂ ୨୦୧୬ରେ ଅଖିଳେଶ ଯାଦବଙ୍କ କାଳରେ ଏସପି ୩୧ ସିଟ ଜିତିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏମାନଙ୍କଠାରୁ ପାଦେ ଆଗେଇ ଯାଇ ନିଜ ନାମରେ ଆଉ ଏକ ରେକର୍ଡ କରିଛନ୍ତି ।
Comments are closed.