ନୂଆଦିଲ୍ଲୀ: ଜେଲ୍ ରୁ ବାହାରିବା ପରେ ଗତକାଲି ତଥା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ଶାସକ ଦଳ ୨୩୦ ରୁ ଅଧିକ ଆସନ ପାଇବ ନାହିଁ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ମୁଁ ଜେଲରୁ ମୁକୁଳିବା ପରେ ଗତ ୨୦ ଘଣ୍ଟା ମଧ୍ୟରେ ନିର୍ବାଚନ ବିଶେଷଜ୍ଞ ଏବଂ ଲୋକଙ୍କ ସହ କଥା ହୋଇଥିଲି ଏବଂ ଜାଣିବାକୁ ପାଇଲି ଯେ ବିଜେପି ଚଳିତ ନିର୍ବାଚନରେ ସରକାର ଗଠନ କରିବ ନାହିଁ।
ଦିଲ୍ଲୀ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଜେପିର ଲୋକସଭା ଆସନ ହ୍ରାସ ପାଇବ ବୋଲି କହିଛନ୍ତି କେଜ୍ରିୱାଲ । ରାଜନୈତିକ ବିଶ୍ଳେଷକ ଏବଂ ଏହା ମୋର ମଧ୍ୟ ବିଶ୍ଳେଷଣ ଯେ ବିଜେପି ୨୨୦-୨୩୦ରୁ ଅଧିକ ଆସନ ପାଇବ ନାହିଁ ଏବଂ ଏହା ସତ୍ତ୍ବେ ଜୁନ୍ ୪ରେ ମୋଦି ସରକାର ଗଠନ ହେଉନାହିଁ । ଯେତେବେଳେ ଇଣ୍ଡିଆ ମେଣ୍ଟର ସରକାର ଗଠନ ହେବ, ସେତେବେଳେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି । କେଜ୍ରିୱାଲଙ୍କ ମନ୍ତବ୍ୟ ଉପରେ ବିଜେପି ତାର ଜବାବ ରଖିଛି । ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଆପ୍ ନେତା ଆମ ଦଳକୁ ଘୃଣା କରି ଯେତିକି ଆସନ ଆଶା କରିଛନ୍ତି ତା ଠାରୁ ଅଧିକ ଗୁଣା ଆସନରେ ଭୋଟ ହାତେଇ ବିଜୟୀ ହେବ ବିଜେପି ।
Comments are closed.