Latest Odisha News

BREAKING NEWS

ବିଧାନସଭାରେ ଉଠିଲା କାଶୀପୁରରେ ୫ ଜଣଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରାୟଗଡା ଜିଲ୍ଲା କାଶୀପୁରରେ ଡାଇରିଆରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅଖାଦ୍ୟ ଖାଇ ଲୋକଙ୍କର ମୃତ୍ୟୁ ଘଟୁଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ରିପୋର୍ଟ ଆସିଥିବ। ତେଣୁ ତତକାଳ ଏହାର ରିପୋର୍ଟ ଆସିଥିବା ।  ବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

BjdElectrycity

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଓ ଧୁଡୁକାବାହାଲ ଗାଁରେ ଦୁଇ ଦିନରେ ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଏମାନେ ଝାଡାବାନ୍ତିର ଶିକାର ହୋଇଥିଲେ। ମୃତ୍ୟୁପରେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର ବଢିଥିବା ବେଳେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଟିକିରି ଗାଁର ଝଡିଆ ସାହିର ୩ ଜଣଙ୍କର ଅଳ୍ପ କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିଲା। ଏହାପରେ ଲୋକେ ଅଧିକ ଭୟଭୀତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ନିଜ ନିଜ ଘରେ ମୃତ୍ୟୁ ଘଟିଛି। ସେହିପରି ଗୁରୁବାର ଟିକିରି ଓ ନିକଟସ୍ଥ ଧୁଡୁକାବାହାଳ ପଞ୍ଚାୟତର ଦୁଇ ଜଣଙ୍କର ଏହି ସମାନ କାରଣରୁ ମୃତ୍ୟୁ ଘଟିଥିଲା।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରଭାବିତ ଗାଁରେ ଏବେ ସ୍ୱାସ୍ଥ୍ୟ ଟିମର କ୍ୟାମ୍ପ ଚାଲିଛି । ସିଡିଏମଓ ଜିଲ୍ଲାପାଳଙ୍କ ସହିତ ୩ଟି ମେଡିକାଲ ଟିମ୍ ଗାଁ ଗାଁ ବୁଲୁଛନ୍ତି । ଆଖପାଖ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ପାଣିକୁ ବିଶୋଧନ କରାଯାଉଛି । ଆକ୍ରାନ୍ତ ସେମାନଙ୍କୁ ହସ୍ପିଟାଲକୁ ନିଆଯାଉଛି। ଭୁବନଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ପଠାଯାଇଛି । ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବ।

Leave A Reply

Your email address will not be published.