Latest Odisha News

BREAKING NEWS

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର

ବ୍ରହ୍ମପୁର: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରିରିପେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହି ଅବସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା, ସମସ୍ତଙ୍କ ମୁହଁରେ ହସ ଫୁଟାଇବା ସହ ରାଜନୈତିକ ହିଂସା ଉପରେ ରୋକ ଲଗାଇବା ନେଇ କାର୍ଯ୍ୟ କରିବି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଓଡ଼ିଶାର ସ୍ଵାଭିମାନକୁ ବଜାୟ ରଖିବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏଥିସହ ମୋଦି ଗ୍ୟାରେଣ୍ଟି ଓ କେନ୍ଦ୍ରର ସମସ୍ତ ଜନହିତକର କାର୍ଯ୍ୟକୁ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବି । ଆସନ୍ତା ନିର୍ବାଚନରେ ବିଚାରଧାରାର ଲଢେଇ ହେବ ଓ ଏଥିରେ ସମସ୍ତ ଜନସାଧାରଣଙ୍କ ମୁଖ୍ୟ ଭୂମିକା ରହିବା ଯୋଗୁଁ ବିଜୟ ସୁନିଶ୍ଚିତ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.