କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ଦିଦି ମମତା ବାନାର୍ଜୀ ଖେଲା ଜାରୀ ରହିଛି । ଆଜି ବିଜେପି ବିଧାୟକ କୃଷ୍ଣ କଲ୍ୟାଣୀ ଟିଏମସିରେ ସାମିଲ ହୋଇଛନ୍ତି । ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗ ଦେଇଥିଲେ । ରାୟଗଂଜର ଏହି ବିଜେପି ବିଧାୟକ ଅକ୍ଟୋବର ୧ରୁ ପାର୍ଟିରୁ ଇସ୍ତଫା ଦେଇଥିଲେ ।
ଦେବଶ୍ରୀ ଚୌଧୁରୀଙ୍କ ବିପକ୍ଷରେ ସେ ବିବାଦୀୟ ବୟାନ ଦେଇଥିବାରୁ ଦଳ ପକ୍ଷରୁ ତାଙ୍କ କାରଣ ଦର୍ଶାଅ ନୋଟିସ ଜାରୀ କରା ଯାଇଥିଲା । ଯେଉଁ ଦଳରେ ଦେବଶ୍ରୀ ରହିବେ ସେଠାରେ ମୁଁ ରହିପାରିବିନି ବୋଲି ସେ କହିଥିଲେ ।
Comments are closed.