କୋଲକତା: ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ମିଶି ଇଣ୍ଡିଆ ଗଠନ କରିଛନ୍ତି। ଆଉ ଏହି ବିରୋଧୀ ଦଳ ଇଣ୍ଡିଆ ଉପରେ ବିଜେପି ପକ୍ଷରୁ ଲଗାତାର ଆକ୍ରମଣ କରାଯାଉଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ କରି କହିଛନ୍ତି ଯେ ଏହି ଦଳ ପରିବାରବାଦୀ ଏବଂ ଦୁର୍ନୀତିଗ୍ରସ୍ତ ଅଟନ୍ତି। ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ଇଡି ଏବଂ ସିବିଆଇକୁ ରୋକିବା ପାଇଁ ଏହି ଦଳ ପ୍ରସ୍ତୁତ ହେଉଛନ୍ତି। ଯାହା ଦ୍ୱାରା ସେମାନେ ନିଜ ନଜ ପରିବାରକୁ ବଞ୍ଚାଇ ପାରିବେ।
ଶୁଭେନ୍ଦୁ ଆଧିକାରୀ କହିଛନ୍ତି, “ଇଣ୍ଡିଆ ନାମର କୈଣସି ଅର୍ଥ ନାହିଁ, ସେମାନେ ପରିବାରବର୍ଗ ତଥା ଦୁର୍ନୀତିଗ୍ରସ୍ତ ଲୋକ। ଏହି ଲୋକମାନେ ଇଡି ଏବଂ ସିବିଆଇକୁ ରୋକିବା ପାଇଁ ଏକଜୁଟ ହୋଇଛନ୍ତି। ଏହାର ଏକ ସାଧାରଣ ଆଜେଣ୍ଡା ରହିଛି।” ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନଙ୍କ ବିଷୟରେ ସେ କହିଛନ୍ତି ଯେ ସେ ମଧ୍ୟ ତାଙ୍କ ଭଳି ଜାତୀୟ ବିରୋଧୀ ଅଟନ୍ତି। ସେ କହିଛନ୍ତି, “ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ଆସିଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ମଧ୍ୟ ଜାତୀୟବାଦୀ ନଥିଲା।”
ସୂଚନା ଥାଉକି, ଜୁଲାଇ ୧୮ ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୬ଟି ରାଜନୈତିକ ଦଳର ନେତା ଅଂଶଗ୍ରହଣ କରିଥିଲେ। ଏହି ସଭାରେ ବିରୋଧୀ ଦଳର ନାମ ପ୍ରସ୍ତୁତ କରାଯାଇଥିଲା। ଆଉ ଏଠାରେ ଇଣ୍ଡିଆ ନାମ ଘୋଷଣା ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ଟାର୍ଗେଟ କରି ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଭାରତୀୟ ମୁଜାହିଦ୍ଦିନ ସହ ତୁଳନା କରିଥିଲେ। ଏହା ପରେ ଅନ୍ୟ ଅନେକ ବିଜେପି ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ସମର୍ଥନ କରିଥିଲେ, ଯେଉଁଥିରେ ବିରୋଧୀ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ।
Comments are closed.