Latest Odisha News

BREAKING NEWS

୧୪ ବର୍ଷର ବାଳକକୁ ବଳି ଦିଆଯାଇଥିବା ଅଭିଯୋଗ, ସାଧିକାଙ୍କ ସହ ୩ ପୁଅ ଥାନାରେ ଅଟକ

ଅନୁଗୁଳ: ନରବଳି ଦିଆଯାଇଥିବା ଅଭିଯୋଗ କରି ଲୋକେ ପୋଲିସ ଭ୍ୟାନ୍ ପୋଡ଼ି ଦେବାର ଦିନକ ପରେ ପୋଲିସ ଆକ୍ସନ୍ ମୋଡକୁ ଆସିଛି । ମଙ୍ଗଳା କୋଠିର ସାଧିକାଙ୍କ ସହ ୩ ପୁଅଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ତେବେ ୧୪ ବର୍ଷୀୟ ସଞ୍ଜିତର ମୃତ୍ୟୁ କେମିତି ହେଲା ? ସେନେଇ ୪ ଜଣଙ୍କୁ ପଚରାଉଚରା କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଏସଡିପିଓ ବାଳକ୍ରିଷ୍ଣା କୁଅଁର । ଗତ ୨୨ ରାତିରୁ ସଞ୍ଜିତ ମଙ୍ଗଳା କୋଠିରୁ ନିଖୋଜ ହୋଇଯିବା ପରେ ୨୮ ତାରିଖରେ ବାରିଣୀ ଜଙ୍ଗଲରୁ ଝୁଲନ୍ତା ମୃତଦେହ ମିଳିଥିଲା । ହେଲେ ମୃତଦେହର ଅଣ୍ଟା ତଳ ଭାଗ ନଥିଲା । ପୋଲିସ ସବୁ ଦିଗକୁ ନଜରରେ ରଖି ତଦନ୍ତ କରୁଥିବା ଏସଡିପିଓ କହିଛନ୍ତି ।

ସାଇଣ୍ଟିଫିକ୍ ଟିମ୍ ସହ ଅନୁସନ୍ଧାନୀ କୁକୁର ଘଟଣାସ୍ଥଳରେ ତଦନ୍ତରେ ନିୟୋଜିତ ହୋଇଛି । ସୂଚନା ଅନୁସାରେ, ଗତ ୨୨ ତାରିଖରେ କିଆକଟାର ବାସନ୍ତୀ ବିଶ୍ୱାଳ ପୁଅ ସଞ୍ଜିତର ଦେହ ଭଲ ନଥିବାରୁ ନିକଟସ୍ଥ ଟୁସର ଗାଁକୁ ଯାଇଥିଲେ । ସେଠାରେ ମା ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ମଙ୍ଗଳା କୋଠିରେ ଅଧିଆ ପଡ଼ିଥିଲେ ମାଆ, ପୁଅ । ହେଲେ ସକାଳ ପାଇବା ବେଳେକୁ ମାଆ ପାଖରେ ପୁଅ ନଥିଲା ।

ଅନେକ ଖୋଜାଖୋଜି କରିବା ପରେ ୧୪ ବର୍ଷର ସଞ୍ଜିତଙ୍କୁ ପାଇ ନଥିଲେ ବାସନ୍ତୀ । ଫଳରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ୨୮ ତାରିଖରେ ବାରିଣୀ ଜଙ୍ଗଲରୁ ସଞ୍ଜିତଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିବା ବେଳେ ଅଣ୍ଟା ତଳ ଭାଗ ଗୋଡ଼ ଆଦି ଅଂଶ ନାହିଁ । ଫଳରେ ନାବାଳକ ଜଣଙ୍କୁ ବଳି ଦିଆ ଯାଇଥିବା ଲୋକେ ସନ୍ଦେହ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତାରୋକ କରିଥିବା ଉତ୍ତ୍ୟକ୍ତ ଲୋକ ପୋଲିସ୍ ଭ୍ୟାନ୍ ଜାଳି ଦେଇଥିଲେ ।

Leave A Reply

Your email address will not be published.