Latest Odisha News

ତକିଆ, ଚାଦର ଧରି ବିଧାନସଭାରେ ଶୋଇଲେ ବିଧାୟକ, ଜାଣନ୍ତୁ କାହିଁକି… 

ବେଙ୍ଗାଲୁରୁ: ବିଧାନସଭା ନା ଶୟନକକ୍ଷ। ତକିଆ ଚାଦର ଧରି ବିଧାନସଭାରେ ବି‌ଜେପି ବିଧାୟକ। କର୍ଣ୍ଣାଟକ ବିଧାନସଭାରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ଭାଇରାଲ ହେବାରେ ଲାଗିଛି।

ବୁଧବାର ବିଧାନସଭାରେ ବିଜେପି ଏବଂ ଜେଡି (ଏସ) ବିଧାୟକମାନେ ରାତିସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୈସୁର ସହରୀ ବିକାଶ ପ୍ରାଧିକରଣ (MUDA) ସ୍କାମ ଉପରେ ବିଧାନସଭାରେ ବିରୋଧୀ ଆଲୋଚନା କରିବାକୁ ଦାବି କରିଥିଲେ।

ଭିଡିଓରେ ବିରୋଧୀ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ଭିତରେ ଶୋଇଥିବାର ନଜର ଆସିଛନ୍ତି। ଏପରିକି କଂଗ୍ରେସ ସରକାରଙ୍କ ଦୁର୍ନୀତି ବିରୋଧରେ ସେମାନେ ରାତିସାରା ବିରୋଧ ପ୍ରଦର୍ଶନ କରିବା ସହ ଭକ୍ତିମୟ ଗୀତ ମଧ୍ଯ ଗାଇଥିଲେ।

ସୂଚନା ଅନୁଯାୟୀ, ମୈସୁର ଅର୍ବାନ ଡେଭଲମେଣ୍ଟ ଅଥରିଟିରେ ଦୁର୍ନୀତି ଅଭିଯୋଗ କରି ବିଜେପି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କ ଏଥିରେ ସଂପୃକ୍ତ ଥିବା ବି ଅଭିଯୋଗ ହୋଇଛି।

ଯେଉଁଥିପାଇଁ ବିଜେପି ଏହି ଘଟଣାର ଆଲୋଚନା ଦାବି କରିଥିଲା। କିନ୍ତୁ ବିରୋଧୀ ଦଳଙ୍କୁ ଏନେଇ କୌଣସି ଅନୁମତି ନମିଳିବାରୁ ବିଧାୟକମାନେ କର୍ଣ୍ଣାଟକ ବିଧାନପରିଷଦ ଭିତରେ ଦିନରାତି ଧାରଣାରେ ବସି ରହିଛନ୍ତି।

 

Comments are closed.