Latest Odisha News

BREAKING NEWS

ବ୍ରହ୍ମପୁରରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ସ୍ବାଧୀନ ବିଧାୟକ ଶିବସୁନ୍ଦର ଦାସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଉତ୍କଳମଣି ୟୁପି ସ୍କୁଲର ବୁଥରେ ମତଦାନ ଚାଲିଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ ଗୋଷାଣୀ ନୂଆଗାଁରେ ମୁହାଁମୁହିଁ ହୋଇଥିଲେ।

ଏହି ସମୟରେ ବିଧାୟକ ପ୍ରାର୍ଥୀ ସାଂସଦ ପ୍ରାର୍ଥୀଙ୍କୁ ମୁହଁ ଏବଂ ଛାତିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ସଂଘର୍ଷରେ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଶିବସୁନ୍ଦର ଦାସଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖାଯିବା ପରେ ତାଙ୍କ ସମର୍ଥକମାନେ ହୋ ହାଲ୍ଲା କରିଥିଲେ। ତାଙ୍କ ସମର୍ଥକମାନେ ବୁଥ୍ ଜାଲିଆତି କରାଯାଉଥିବା ଅଭିଯୋଗ କରିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ଇଭିଏମ୍ ସିଲ୍ କୁ ନେଇ ଆପତ୍ତି ଉଠାଇଥିବା ସୂଚନା ରହିଛି। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷ ଖବର ସୁଦ୍ଧା ପ୍ରଦୀପ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସହ ସେ ଡିସଚାର୍ଜ ହୋଇଥିବା ଜଣାପଡ଼ିଛି।

Comments are closed.