Latest Odisha News

BREAKING NEWS

ଗୌତମଙ୍କୁ ବାରମ୍ବାର ହତ୍ୟା ଧମକ, ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବାରମ୍ବାର ହତ୍ୟା ଧମକ ଆସୁଛି । ତୃତୀୟ ଥର ପାଇଁ ଏହି ଧମକ ଦିଆଯାଇଛି । ସୁରକ୍ଷାକର୍ମୀ କିମ୍ବା ପୋଲିସ ଆମର କିଛି କରିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି । ଆଇଏସଆଇଏସଆଟୟାହୁ.କମରୁ ଏହି ଇ-ମେଲ ଆସିଛି ।

ପୂର୍ବ ଧମକ ଆଇପି ଆଡ୍ରେସରୁ ପାକିସ୍ତାନର ବୋଲି ଜଣା ପଡିଥିଲା । ଏହା ପରେ ଗମ୍ଭୀରଙ୍କ ଘରେ ସୁରକ୍ଷା ବ୍ୟବସ୍ଥ୍‌ା କଡା କଡି କରାଯାଇଛି । ଆମ ଗୁପ୍ତଚର ପୋଲିସ ବିଭାଗରେ ଅଛନ୍ତି । ଆଇପିଏସ ଶ୍ୱେତା ଏବଂ ଦିଲ୍ଲୀ ପୋଲିସ ମଧ୍ୟ ତୁମକୁ ବଂଚାଇ ପାରିବେନି ବୋଲି ଧମକପୂର୍ଣ୍ଣ ଇ-ମେଲରେ ଉଲ୍ଲେଖ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.