Latest Odisha News

ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମାମଲା

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମମଲା । ବଲିଉଡରେ ଡ୍ରଗ୍ସ ଚଳନକୁ ନେଇ ସୋମବାର ଦିନ ସଂସଦରେ ଆଲୋଚନା ହୋଇଛି। ବିଜେପି ସାଂସଦ ରବି କିଶନ ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି ।ଏହା ସହିତ ଏକ ବଡ଼ ଧରଣର ତଦନ୍ତ କରିବା ପାଇଁ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରିଛନ୍ତି ।

BjdElectrycity

ଶୂନ୍ୟକାଳ ସମୟରେ ରବି କିଶନ ଲୋକସଭାରେ ଡ୍ରଗ୍ସ କାରବାର ମାମଲା ବଢୁଥିବା କହିଛନ୍ତି । ଏହା ସହିତ ଚୀନ ଏବଂ ପାକିସ୍ତାନ ମାଧ୍ୟମରେ ଭାରତକୁ ନିଶାଦ୍ରବ୍ୟ ଆସୁଥିବା ସେ କହିଛନ୍ତି । ବିଜେପି ସାଂସଦଙ୍କ କହିବା ଅନୁସାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଏନସିବି ଜାଲରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କେତେକ ବ୍ୟକ୍ତି ଫସିଛନ୍ତି । ତେଣୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରବି କିଶନ୍ । ଏହାସହ ସେ କହିଛନ୍ତି ଯୁବପୀଢିଙ୍କୁ ଡ୍ରଗ୍ସ ମାଧ୍ୟମରେ ବରବାଦ କରାଯାଉଛି । ତେଣୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

Leave A Reply

Your email address will not be published.