Latest Odisha News

BREAKING NEWS

ବିଜ୍ଞାନ ଖେଳ : ବେଲୁନ୍ ରକେଟ୍‌

ବେଲୁନଟିଏ ଫୁଙ୍କି ଉପରକୁ ଛାଡିଦିଅ, ଦେଖିବ ପବନ ସବୁ ତଳପଟେ ବାହାରି ଆସୁଛି ବେଲୁନଟି ଉପରକୁ ଉଠି ଯାଉଛି । ରକେଟ୍ ଉପରକୁ ଉଠିବା ପଛରେ ମଧ୍ୟ ଠିକ ଏହି ବିଜ୍ଞାନ କାମ କରେ । ରକେଟର ଇନ୍ଧନ ଜଳେ ଆଉ ତଳପଟେ ଧୂଆଁ ବାହାରି ଆସେ, ଫଳରେ ରକେଟ ଉପରକୁ ଉଠେ । ଏହା ହେଉଛି ନିଉଟନଙ୍କ ତୃତୀୟ ନିୟମ ।

ପ୍ରତି କ୍ରିୟାର ସମାନ ଏବଂ ବୀପରିତ ପ୍ରତିକ୍ରିୟା ସୃଷ୍ଟି ହୁଏ । ବିଜ୍ଞାନର ଏହି ସରଳ ନିୟମକୁ ଆଧାର କରି ତିଆରି ହୋଇଛି ରକେଟ୍ । ଆମେ ମଧ୍ୟ ସେମିତି କିଛି ମଜାଦାର ବିଜ୍ଞାନ ଖେଳ ଖେଳିବା ।

ଏହି ବିଜ୍ଞାନ ଖେଳ ପାଇଁ ଦରକାର ଗୋଟିଏ ବେଲୁନ୍‌, ଗୋଟିଏ ସୋଡାଷ୍ଟ୍ର, ସେଲୋଟେପ୍‌, କଇଁଚି, ସୂତା, ଲୁଗାଶୁଖା କ୍ଲିପ୍ ଏବଂ ଦୁଇଟି ଚେୟାର ।

୧- ଛୋଟ ଗୋଟିଏ ସୋଡାଷ୍ଟ୍ର ଭିତରେ ସୂତାକୁ ପୁରାଅ

୨- ସୂତାର ଦୁଇ ପଟକୁ ଦୁଇ ଚେୟାରରେ ବାନ୍ଧି ଦିଅ


୩- ଦୁଇ ଚେୟାରକୁ ଏମିତି ଦୂରତାରେ ରଖ ଯେମିତି ସୂତାଟି ଢିଲା ରହିବ ନାହିଁ
୪- ବେଲୁନକୁ ଫୁଲାଅ, ଏହାର ମୁହଁକୁ ହାତରେ ଚିପି ରଖ କିମ୍ବା ଲୁଗା ଶୁଖା କ୍ଲିପ୍ ସାହାଯ୍ୟରେ ବନ୍ଦ କରିଦିଅ
୫- ସୋଡାଷ୍ଟ୍ର କୁ ସୂତାର ଗୋଟିଏ ପଟକୁ ନିଅ
୬-ବେଲୁନକୁ ସେଲୋଟେପ୍ ସାହାଯ୍ୟରେ ସୋଡାଷ୍ଟ୍ରରେ ଲଗାଅ


୭-ଏବେ ବେଲୁନ ମୁହଁରେ ଲଗାଇଥିବା କ୍ଲିପ୍ କାଢିଦିଅ

ଦେଖ କେମିତି ବେଲୁନ୍ ଟି ସୂତାର ଆରପଟକୁ ଦ୍ରୁତ ଗତିରେ ଚାଲି ଯାଉଛି । ପବନ ଯେତିକି ଜୋରରେ ମୁହଁବାଟେ ବାହାରି ଆସୁଛି, ସେତିକି ବେଗରେ ବେଲୁନ୍ ଟି ବୀପରିତ ଦିଗରେ ଯାଉଛି ।

ତୁମ ପାଇଁ କାମ

କିଛି ସାଙ୍ଗ ଏକାଠି ହୋଇ ନିଜେ ନିଜେ ବେଲୁନ ରକେଟ୍ ତିଆରି କର । ଆଉ ରେସ୍ ଲଗାଅ କାହାର ବେଲୁନ ରକେଟ୍ କେମିତି ଯାଉଛି ।

Leave A Reply

Your email address will not be published.