Latest Odisha News

BREAKING NEWS

ସଦସ୍ୟତା ହରାଇ ପାରନ୍ତି ବିଜେପି ସାଂସଦ ରାମଶଙ୍କର କଠେରିୟା

୨୦୧୧ମସିହାରେ ଏକ ବିଦ୍ୟୁତ କମ୍ପାନି କର୍ମଚାରୀଙ୍କ ସହ ମାରପିଟ ଘଟଣାରେ ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରାର ଏମପି/ଏମଏଲଏ କୋର୍ଟ ।

ନୂଆଦିଲ୍ଲୀ; ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରା ସ୍ଵତନ୍ତ୍ର କୋର୍ଟ । ଏଯାବତ୍ ଏହି ଦଣ୍ଡାଦେଶ ଆଦେଶ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିନାହିଁ । କୋର୍ଟର ଏହି ଆଦେଶ ମିଳିବା ପରେ ରାମଶଙ୍କର କଠେରିୟାଙ୍କ ସଂସଦର ସଦସ୍ୟ ପଦ ବାତିଲ କରିବାକୁ ଲୋକସଭା ସଚିବାଳୟ ନୋଟିସ ଜାରି କରିପାରେ ।

୨୦୧୧ମସିହାରେ ଏକ ବିଦ୍ୟୁତ କମ୍ପାନୀ କର୍ମଚାରୀଙ୍କ ସହ ମାରପିଟ ଘଟଣାରେ ଶନିବାର ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରାର ଏମପି/ଏମଏଲଏ କୋର୍ଟ ।  ୨୦୧୧ ମସିହାରେ ଟରେଣ୍ଟ ପାୱାର କମ୍ପାନିର ଅଧିକାରୀ ଓ କର୍ମଚାରୀଙ୍କ ସହ ମାରପିଟ କରିବାର ଘଟଣାରେ କଠେରିୟାଙ୍କ ବିରୋଧରେ ଥାନରେ ମାମଲା ରୁଜୁ ହୋଇଥିଲା । ସେହି ସମୟରେ ରାଜ୍ୟରେ ମାୟାବତୀଙ୍କ ନେତୃତ୍ଵରେ ବହୁଜନ ସମାଜ ପାର୍ଟିର ସରକାର ଥିଲା ।

କହି ରଖୁ କି, ରାମସଙ୍କର କଠେରିୟା ଉତ୍ତରପ୍ରଦେଶ ଇଟାବାର ଲୋକସଭା ସଦସ୍ୟ ଅଛନ୍ତି । ଯଦି କୌଣସି ଲୋକସଭା ସଦସ୍ୟଙ୍କୁ କୌଣସି ମାମଲାରେ ୨ କିମ୍ବା ଅଧିକ ବର୍ଷର ଦଣ୍ଡାଦେଶ ଶୁଣାଯାଏ ତେବେ ସେମାନଙ୍କର ଲୋକସଭା ସଦସ୍ୟତା ତୁରନ୍ତ ବାତିଲ କାରାଯାଇଥାଏ । କିଛି ଦିନ ପୂର୍ବରୁ ସାଂସଦ ରାହୁଲ ଗାନ୍ଧିଙ୍କର ମଧ୍ୟ ୨ବର୍ଷ ଦଣ୍ଡାଦେଶ କାରଣରୁ ବାତିଲ କରାଯାଇଥିଲା ।

Comments are closed.