Latest Odisha News

ଦିନିକିଆ ବିଶ୍ୱକପ କ୍ରିକେଟ: ୧୮ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୮ଜଣିଆ ଦଳ ଘୋଷଣା କରିଛି । ପ୍ୟାଟ କୁମିନ୍ସ ଦଳର ନେତୃତ୍ୱ ନେଇଥିବା ବେଳେ ଷ୍ଟାର ଖେଳାଳି ମାର୍ନସ ଲାବୁସେନଙ୍କୁ ସୁଯୋଗ ମିଳିନି । ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଟିମକୁ ୨୮ ସେପ୍ଟମ୍ବର ସୁଦ୍ଧା ଖେଳାଳି ତାଲିକା ଦେବାକୁ ପଡିବ । ୫ ଅକ୍ଟୋବରରୁ ବିଶ୍ୱକପ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଦଳରେ ଭାରତୀୟ ବଂଶୋଦ୍ଭବ ତନଭୀର ସାଂଘାଙ୍କୁ ସୁଯୋଗ ମିଳିବା ସମସ୍ତଙ୍କୁ ଚକିତ କରିଛି । ୨୧ ବର୍ଷୀୟ ସଂଘା ଗତ ସେପ୍ଟମ୍ବରରୁ ଆଘାତ ସମସ୍ୟା ଯୋଗୁ କୌଣସି ମ୍ୟାଚ ଖେଳି ନାହାନ୍ତି ।

ଅଷ୍ଟ୍ରେଲିଆ ଟିମ: ପ୍ୟାଟ କୁମିନ୍ସ(ଅଧିନାୟକ), ସିନ ଆବୋଟ, ଆଶଟନ ଅଗର, ଆଲେକ୍ସ କ୍ୟାରୀ, ନାଥାନ ଏଲିସ, କ୍ୟାମେରୁନ ଗ୍ରୀନ, ଆରୋନ ହାର୍ଡି, ଜୋଶ ହାଜେଲଉଡ, ଟ୍ରେଭିସ ହେଡ, ଜୋଶ ଇଙ୍ଗିଲ୍ସ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ତନଭୀର ସାଂଘା, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର, ଆଡମ ଜାମ୍ପା

Leave A Reply

Your email address will not be published.