Latest Odisha News

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ: ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲାନ ନିଆ । ଦମକଳ ବିଭାଗର ୮ଟି ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।

ଦିଲ୍ଲୀ ଏମ୍ସର ଏମର୍ଜେନ୍ସି ୱାର୍ଡ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ଦିନ ପ୍ରାୟ ୧୧.୫୪ରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଣ୍ଡୋସ୍କପି ବିଭାଗରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । ଏ ନେଇ ନିଉଜ ଏଜେନ୍ସ ଏଏନଆଇ ପକ୍ଷରୁ ଟୁଇଟ କରି କୁହାଯାଇଛି । ତେବେ ଏ ନେଇ ସବିଶେଷ ଖବର ଜଣାପଡି ନାହିଁ ।

ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ଆତଙ୍କ ଖେଳି ଯାଇଥିଲ । ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ୟାଡେସାଡେ ଧାଇଁବାକୁ ଲାଗିଥିଲେ । ତେବେ ଏମର୍ଜେନ୍ସି ୱାଡରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଏଠି କହିରଖିବୁ, ଏହା ପୂର୍ବରୁ ଅର୍ଥାତ ୨୦୨୧ରେ ଏମ୍ସ ହସପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଡାକ୍ତରଖାନାର ଗେଟ ନମ୍ବର ୨ ନିକଟ କନଭର୍ଜନ ବ୍ଲକର ୯ମ ମହଲାରେ ଏହି ନିଆଁ ଲାଗିଥିଲା । ୨୬ରୁ ଅଧିକ ଦମକଳ ଲାଗି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ଦେଢ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ସ୍ୱତନ୍ତ୍ର କରାନା ସ୍ୱତନ୍ତ୍ର କରୋନା ଲ୍ୟାବରେ ରଖଯାଇଥିବା ନମୁନା ଜଳି ପାଉଁଶ ହୋଇ ଯାଇଥିଲା ।

Leave A Reply

Your email address will not be published.