Latest Odisha News

BREAKING NEWS

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ମୁହଁ ଖୋଲିଲେ ଭାଜପା ସାସଂଦ ସୁରେଶ ପୂଜାରୀ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା  ଏକ ସ୍ପର୍ଶକାତର ପ୍ରସଙ୍ଗ।  ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ ଯୋଗୁ ହିଁ ଏପରି ଏକ ପ୍ରସଙ୍ଗ ଆଜି  କାର୍ଯ୍ୟକାରୀ ହୋଇପାରୁ ନାହିଁ  ବୋଲି କହିଛନ୍ତି ସାସଂଦ ଶ୍ରୀ ପୂଜାରୀ ।

BjdElectrycity

ନୂଆଦିଲ୍ଲୀରେ ଏକ ପ୍ରେସ ମିଟରେ ସୂଚନା ଦେଇ ସାଂସଦ କହିଥିଲେ, ଏ ଦାବି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।ରାଜ୍ୟ ସରକାର ଚାହିଁଥିଲେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେଇା ପାରିଥାନ୍ତି । ୧୨ ତାରିଖ ଦିନ ଘଟିଥିବା ଅଭାବନୀୟ କାଣ୍ଡକୁ ଏଡାଇ ପାରିଥାନ୍ତେ।  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପୂଜାରୀ କହିଛନ୍ତି, ସରକାର ଠିକ ସମୟରେ ଠିକ ପଦକ୍ଷେପ ନେଇଥିଲେ ଏ ସ୍ଥିତି ଉପୁଜି ନ ଥାନ୍ତା ।

ମୁଖ୍ୟମନ୍ତ୍ରୀ ଯଦି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ ଦେଇଥିବା ଚିଠିର ଉତ୍ତର ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହ ଆଲୋଚନା କରି ଦେଇଥାନ୍ତେ ତେବେ ଏମିତି ସ୍ଥିତି ଉପୁଜି ନ ଥାନ୍ତି ବୋଲି କହିଛନ୍ତି ସାସଂଦ ।

ସେ କହିଥିଲେ, ଗତ ସୋମବାର ଘଟଣାରେ ପୋଲିସ ୨୦ ଜଣ ଆଇନଜୀବୀ ଗିରଫଙ୍କୁ ହେଲେ । ସେଦିନର ଘଟଣା ସମ୍ବଲପୁର ସହରରେ ଆତଙ୍କ ସୃଷ୍ଟି କରିଥିଲା । ଜାତୀୟ ବାର କାଉନସିଲ ୪୩ ଜଣ ଆଇନଜୀବିଙ୍କ ଲାଇସେନ୍ସ ରଦ୍ଦ କରିଦେଇଛି ।  ପରିସ୍ଥିତିକୁ ଦେଖି ଓକିଲମାନେ କୋର୍ଟ କାମରେ ସହଯୋଗ କରିପାରିବେ ନାହିଁ । ଏବେ କେମିତି କୋର୍ଟ ଚାଲିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ମାମଲାରେ ହସ୍ତକ୍ଷେ ପକରି  ନେଇ ଓକିଲମାନଙ୍କୁ ଗିରଫଦାରୀକୁ ବନ୍ଦ କରି ଆଇନକାନୁନସ୍ଥିତି ସ୍ୱାଭାବିକ କରିବା ପାଇଁ  ଦାବି କରିଛନ୍ତି ସାସଂଦ ପୂଜାରୀ । ଓକିଲମାନଙ୍କ ରଦ୍ଦ ଲାଇସେନ୍ସ ପୁଣି କିପରି କାର୍ଯ୍ୟକ୍ଷମ ହେବ ସେ ଦିଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ ପରିସ୍ଥିତି ବିଗିଡି ଯିବ ବୋଲି କହିଛନ୍ତି ସାସଂଦ ସୁରେଶ ପୂଜାରୀ ।

Leave A Reply

Your email address will not be published.