Latest Odisha News

BREAKING NEWS

ରଣଜୀ ଟ୍ରଫି: ଡ୍ର ମ୍ୟାଚରେ ବରୋଦାକୁ ୩, ଓଡିଶାକୁ ୧ ପଂଏଟ

କଟକ: ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓ ବରୋଦା ରଣଜୀ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ବରୋଦାକୁ ୩ ଓ ଓଡିଶାକ ୧ ପଂଏଟ ମିଳିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନକୁ ପିଛା କରି ବରୋଦା ୮ ୱିକେଟ ବିନିମୟରେ ୬୨୪ ରନ କରିଥିଲା । ଶାଶ୍ୱତ ରାଉତ (୧୩୫), ପ୍ରିୟାଂଶୁ ମୋଲିୟା (୧୧୮), ଅଭିମନ୍ୟୁସିଂ ରାଜପୁତ (୧୦୨ ନଟଆଉଟ) ଓ ଭାର୍ଗବ ଭଟ୍ଟ ୮୭ ରନର ଇନିଂସ ଖେଳିଥିଲେ । ଓଡିଶା ପକ୍ଷରୁ ବସନ୍ତ ମହାନ୍ତି, ଶୁଭମ ନାୟକ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

BjdElectrycity

ଅନ୍ତିମ ଦିବସରେ ୪୧୬/୫ରୁ ବରୋଦା ବ୍ୟାଟିଂ ଆରମ୍ଭ କରିଥିଲା । ଓଡିଶା ବୋଲର ୨ଟି ୱିକେଟ ଅକ୍ତିଆର କରିବା ପରେ ପ୍ରଥମ ଇନିଂସ ଅଗ୍ରଣୀ ପାଇଁ ୨୭ ରନରେ ଆଉ ୩ଟି ୱିକେଟ ଆବଶ୍ୟକ କରୁଥିଲା । ମାତ୍ର ୮ମ ୱିକେଟରେ ବରୋଦାର ରାଜପୁତ ଓ ଭାର୍ଗବ ୧୮୧ ରନ ଯୋଗ କରିଥିଲେ । ପୂର୍ବରୁ ଓଡିଶା ୪୫୭ ରନରେ ଅଲଆଉଟ ହୋଇଥିଲା । ମ୍ୟାଚର ଫଳାଫଳ ବାହାରିବା ସମ୍ଭବପର ନ ଥିବାରୁ କିଛି ଓଭର ବାକିଥିବା ବେଳେ ଡ୍ର ନେଇ ସହମତି ହୋଇଥିଲେ ।

Leave A Reply

Your email address will not be published.