ନୂଆଦିଲ୍ଲୀ:ଆଗାମୀ କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିଛି । ମେଟ୍ରୋ ମ୍ୟାନ ଭାବେ ଖ୍ୟାତି ଲାଭ କରିଥିବା ଇ ଶ୍ରୀଧରନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । କେରଳରେ ଶ୍ରୀଧରନ ଜଣେ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ । ସେ ବିଜେପିରେ ସାମିଲ ହେବା ପରଠାରୁ ଦଳ ଫାଇଦାରେ ରହିଛି କହିଲେ ଭୁଲ ହେବ ନାହିଁ ।
ଗୁରୁବାର ମେଟ୍ରା ରେଳ କର୍ପୋରେସନ ଡିଏମଆରସି ପଦରୁ ଇସ୍ତଫା ଦେବା ପରେ ସେ ନାମାଙ୍କନ ଦାଖଲ କରିବେ । ୨୦୦୧ରେ ସେ ପଦ୍ମଶ୍ରୀ, ୨୦୦୮େରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ବିଶ୍ୱ ପ୍ରସିଦ୍ଧ ଟାଇମ ମାଗାଜିନ ତାଙ୍କୁ ଏସିଆ ହୀରୋ ଭାବେ ବିବେଚିତ କରିଥିଲା ।
Comments are closed.