Latest Odisha News

ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୨୪/୧

ମୋଟେରା: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୨୪ ରନ କରି ଇଂଲଣ୍ଡ ସ୍କୋରଠାରୁ ୧୮୧ ରନ ପଛରେ ରହିଛି । ରୋହିତ ଶର୍ମା ୮ ଓ ଚେତେଶ୍ୱର ପୂଜାରା ୧୫ ରନ କରି ଅପରାଜିତ ରହିଛନ୍ତି । ଶୁଭମନ ଗିଲ ଖାତା ଖୋଲି ପାରି ନାହାନ୍ତି । ଇଂଳଣ୍ଡ ପକ୍ଷରୁ ଏକମାତ୍ର ଉଇକେଟଟି ଜେମ୍ସ ଆଣ୍ଡରସନ ନେଇଛନ୍ତି ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୫୫ରନ ଓ ଡାନିଏଲ ଲରେନ୍ସ ୪୬ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୪ଟି, ରବିଚନ୍ଦ୍ରନ ଅଶ୍ବିନ ୩ଟି ଓ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.