Latest Odisha News

BREAKING NEWS

ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ

ଝାରସୁଗୁଡା: ବିଜେପି ନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପଞ୍ଜାବର ଜଳନ୍ଧର ଲୋକସଭା ଆସନ ସହ ଝାରସୁଗୁଡା ବିଧାନସଭା ଉପନିର୍ବାଚନପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗତକାଲି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା। ଏହି ବୈଠକ ପରେ ବିଜେପି ମହାସଚିବ ଅରୁଣ ସିଂହ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

BjdElectrycity

ଦିବଂଗତ ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଏହି ଆସନରେ ମେ ୧୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ଏପ୍ରିଲ ୧୩ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୦ ତାରିଖରେ ଶେଷ ହେବ।

ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଦୀପାଳି ଦାସ, ଏପ୍ରିଲ ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ୧୫ ତାରିଖରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ।

ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଟଙ୍କଧର ତ୍ରିପାଠୀଙ୍କ ସହ ଦୀନେଶ ଜୈନ, ତ୍ରିନାଥ ଗଏଲଙ୍କ ନାମ ଚର୍ଚ୍ଚାରେ ଥିଲା। କିନ୍ତୁ ଶେଷରେ ବିଜେପି ଟଙ୍କଧରଙ୍କ ନାମରେ ମୋହର ମାରିଛି।

ଟଙ୍କଧର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ। ଓଡ଼ିଶା ରାଜ୍ୟର ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରିଥିଲେ। ବର୍ତ୍ତମାନ ସେ ବିଜେପିର ରାଜ୍ୟ ସମ୍ପାଦକ ଭାବେ ସକ୍ରିୟତାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

Leave A Reply

Your email address will not be published.