Latest Odisha News

BREAKING NEWS

ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି । ଆସନ୍ତା ୨୪ ତାରିଖରେ ଅମିତ ଶାହା ଓଡ଼ିଶା ଆସୁଥିବା କଥା ନେଇ ସୂଚନା ମିଳିଛି ।

ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାର ପୁରୀରେ ଅନୁଷ୍ଠିତ ହେଉଥିବା ବିଜେପି ମହିଳା ମୋର୍ଚ୍ଚାର ସମାବେଶରେ ଯୋଗଦାନ କରିବେ । ଏହି ତିନିଦିନିଆ ରାଷ୍ଟ୍ରୀୟ ମହା ଅଧିବେଶସନ ପୁରୀରେ ଅନୁଷ୍ଠିତ ହେଉଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଏହି ଓଡ଼ିଶା ଗସ୍ତ ଓ ପୁରୀ ମହା ଅଧିବେଶସନରେ ଯୋଗଦାନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଜଣାଇଛନ୍ତି ।

ତେବେ ଏହାର ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିନିକିଆ ଗସ୍ତକ୍ରମରେ ଓଡ଼ିଶା ଆସୁଥିବାର ପୂର୍ବରୁ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ା ଠାରେ ନବନିର୍ମିତ ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ କରିବେ ।

Leave A Reply

Your email address will not be published.