Latest Odisha News

BREAKING NEWS

ମୟୁରଭଞ୍ଜରେ ମର୍ମନ୍ତୁଦ ଘଟଣା: ପୋଖରୀରେ ବୁଡ଼ି ୩ ଭଉଣୀଙ୍କ ମୃତ୍ୟୁ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବଡ଼ବିଲ ଗ୍ରାମରେ ଏକ ପୋଖରୀରେ ଗାଧୋଉଥିବା ବେଳେ ନାବାଳିକା ତିନି ଭଉଣୀ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ।

ମିଳିଥିବା ସୂଚନାନୁସାରେ ୮ବର୍ଷ, ୧୦ବର୍ଷ ଓ ୧୨ ବର୍ଷ ବୟସର ତିନି ଭଉଣୀ ସେମାନଙ୍କ ମାଆଙ୍କ ସହିିତ ତଡ଼ିସାହି ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୁର୍ଭାଗ୍ୟଜନକ ଭାବେ ସେମାନଙ୍କ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ ।

ପାଣିରେ ବୁଡ଼ିଯାଉଥିବା ଦେଖି ମାଆ ଜଣକ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ, ମାତ୍ର ତିନି ଝିଅଙ୍କୁ ପାଣି ଭିତରୁ ବଞ୍ଚାଇ ପାରିନଥିଲେ ।

ପରେ ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପୋଖରୀ ନିକଟକୁ ଆସି ପାଣି ଭିତରୁ ତିନି ଭଉଣୀଙ୍କୁ ଉପରକୁ ଆଣିଥିଲେ । ସେମାନଙ୍କୁ ତୁରନ୍ତ ବାରିପଦା ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା, ମାତ୍ର ସେଠାରେ ଡ଼ାକ୍ତର ତିନି ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାଟି ଘଟିବା ପରେ ବାରିପଦା ସମେତ ସାରା ଜିଲ୍ଲାରେ ଏକ ଶୋକାପୂର୍ଣ୍ଣ ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.