Latest Odisha News

ବସ ମାଲିକ ସଂଘଙ୍କ ବିବାଦ: ଆଜିଠୁ ଭୁବନେଶ୍ୱର-ପୁରୀ ଘରୋଇ ବସ ଚଳାଚଳ ବନ୍ଦ

ପୁରୀ/ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ବସ ମାଲିକ ସଂଘ ମଧ୍ୟରେ ଥିବା ବିବାଦ ଯୋଗୁଁ ପୁରୀରୁ ଭୁବନେଶ୍ୱର ଆସୁଥିବା ବସ ଗୁଡିକୁ ଅଟକାଇଛି ଭୁବନେଶ୍ୱର ବସ ମାଲିକ ସଂଘ ।

ସୂଚନା ଅନୁଯାୟୀ ପୁରୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ ହେଉଥିବା ବସଗୁଡିକର ସମୟ ନିର୍ଘଣ୍ଟକୁ ନେଇ ଏହି ୨ ସଂଘ ମଧ୍ୟରେ ବିବାଦ ଲାଗିଛି । ଅନ୍ୟପକ୍ଷରେ ପୁରୀରୁ ଆସୁଥିବା ୨ଟି ବସକୁ ଆଜି କଳ୍ପନା ଛକରୁ ଫେରାଇ ଦିଆଯାଇଛି । ଏହି ଘଟଣା ପରେ ପୁରୀ ବସ ମାଲିକ ସଂଘ ମଧ୍ୟ ଭୁବନେଶ୍ୱର ବସକୁ ଅଟକ ରଖିଛନ୍ତି ।

ପୁରୀ ଘରୋଇ ବସ ମାଲିକ ସଂଘ ସେକ୍ରେଟେରୀ ଲୋକନାଥ ପାଣୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ବରମୁଣ୍ଡା ବସ ଷ୍ଟାଣ୍ଡରୁ କଳ୍ପନା ଛକ ମଧ୍ୟରେ ଆମକୁ ପାସେଞ୍ଜର ଉଠେଇବାକୁ ଦେଉନାହାନ୍ତି, ଫଳରେ ଏଥିପାଇଁ ଆମେ ବହୁତ କ୍ଷତି ସହୁଛୁ ।”

ଅନ୍ୟପକ୍ଷରେ ଭୁବନେଶ୍ୱର ବସ ମାଲିକ ସଂଘ ସେକ୍ରେଟାରୀ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପୁରୀ ଘରୋଇ ବସ ମାଲିକ ସଂଘ ଗତ ୩ଦିନ ହେଲା ଭୁବନେଶ୍ୱରର ୧୮ଟି ବସ ଗୁଡିକୁ ପୁରୀରୁ ଛାଡୁନାହାନ୍ତି ତେଣୁ କରି ଭୁବନେଶ୍ୱରରୁ କୌଣସି ବସ ଆମେ ପୁରୀକୁ ଛାଡୁନାହୁଁ ।

ଏଥିସହିତ ପ୍ରତ୍ୟେକ ଦିନ ପୁରୀରୁ ୬୫ଟି ବସ ଭୁବନେଶ୍ୱର ଏବଂ ୭୫ଟି ବସ କଟକ ଭୁବନେଶ୍ୱର ବସ ପୁରୀକୁ ଚଳାଚଳ କରୁଛି । ତେବେ ଏତେ ବସ ଚଳାଚଳ କରୁଥିଲେ ମଧ୍ୟ ଅନେକ ସମୟରେ ସାଧାରଣରେ ଯାତ୍ରୀ ହଇରାଣ ହେଉଛନ୍ତି ।

Leave A Reply

Your email address will not be published.