ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଲା ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା । ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ କରାଯିବ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା । ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ନାମାଙ୍କନ ପ୍ରତ୍ୟାହାର ବୋଲି ସୂଚନା ରହିଛି ।
ତେବେ ଆବଶ୍ୟକ ହେଲେ ଆସନ୍ତାକାଲି ହେବ ମତଦାନ । ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ନୂଆ ଅଧ୍ୟକ୍ଷଙ୍କ ନାଁ । ଦିଲ୍ଲୀ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁ ରାଜ୍ୟର ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେବ ନାଁ ଘୋଷଣା ।