Latest Odisha News

BREAKING NEWS

‘ଓଡ଼ିଶାରେ ବିଜେପି ସରକାର ଗଠନ ଆଉ ବେଶି ଦୂର ନୁହେଁ’

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ସେ ଦିନ ଆଉ ବେଶି ଦୂର ନୁହେଁ ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଭର୍ଚୁଆଲ ସମାବେଶରେ ଏହା କହିଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

ସେ କହିଛନ୍ତ, ୨୦୧୪ ଲୋକସଭା ନିର୍ବାଚନରେ ଦଳ ମାତ୍ର ୨୧ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ବିଧାନସଭା ନିର୍ବାଚନରେ ମଧ୍ୟ ୨୦୧୪ ତୁଳନାରେ ୨୦୧୯ରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା ବିଜେପି । ଆସନ୍ତା ନିର୍ବାଚନରେ ଏହାକୁ ୫୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିବା ଦରକାର ବୋଲି ନଡ୍ଡା କହିଛନ୍ତି ।

ସେପଟେ ରାଜ୍ୟ କାର୍ଯ୍ୟକାରଣୀ ବୈଠକରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଦୋଷ ତ୍ରୁଟି ଧରିଲେ ସରକାର ନାଲି ଆଖି ଦେଖାଉଥିବା ସେ କହିଛନ୍ତି । ହେଲେ ଏହାକୁ ବିଜେପି କର୍ମୀ ଡରିବେ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.