Latest Odisha News

BREAKING NEWS

ଶିିବସେନାର ବିକ୍ଷୋଭ, କଙ୍ଗନା କହିଲେ ‘ମୁମ୍ବାଇ ରକ୍ତମୁଖା ହୋଇଯାଇଛି’

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର କୁଇନ୍ କଙ୍ଗନା ରଣାୱତ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ବିରୋଧରେ ମୁହଁ ଖୋଲିଥିବା କଙ୍ଗନା ରଣାୱତ ନିଜର ଏକ ପୋଷ୍ଟକୁ ନେଇ ଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ସାଜିଛନ୍ତି । ନିଜର ଏକ ପୋଷ୍ଟରେ ସେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ ପିଓକେ ସହ ତୁଳନା କରିଥିଲେ । ଏହାପରେ ଶୁକ୍ରବାର ସିନା ଶିବସେନା କାର୍ଯ୍ୟକର୍ତ୍ତା ତାଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନରେ କଙ୍ଗନାଙ୍କ ପୋଷ୍ଟରକୁ ଚପଲ ମାରିଥିଲେ । ଏହି ମାମଲାରେ କଙ୍ଗନା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କଙ୍ଗନା ନିଜ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ ସେୟାର କରି କହିଛନ୍ତି, ସୁଶାନ୍ତ ଓ ସାଧୁମାନଙ୍କ ହତ୍ୟା ପରେ ପ୍ରଶାସନକୁ ନେଇ ମୋ ରାୟ ଯୋଗୁଁ ମୋ ପୋଷ୍ଟରରେ ଚପଲ ମାଡ କରାଯାଉଛି । ବୋଧହୁଏ ମୁମ୍ବାଇ ରକ୍ତମୁଖା ହୋଇଯାଇଛି । ପୋଷ୍ଟ ସହ ସେ ନିଜର ସେହି ପୁରୁଣା ଭିଡିଓକୁ ରିଟ୍ୱିଟ କରିଛନ୍ତି ଯେଉଁଥିରେ ଶିବସେନା କାର୍ଯ୍ୟକର୍ତ୍ତା ତାଙ୍କ ପୋଷ୍ଟରକୁ ଚପଲ ମାରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ଏକ ଟ୍ୱିଟରେ ପ୍ରଶ୍ନ କରିଥିଲେ ମୁମ୍ବାଇ ପାକିସ୍ତାନ ଅଧିନସ୍ଥ କାଶ୍ମୀର ଭଳି କାଣାପଡୁଛି । ସେ ଏକ ସମାଚାର ରିପୋର୍ଟକୁ ମଧ୍ୟ ଟ୍ୟାଗ କରିଥିଲେ ଯେଉଁଥିରେ ଶିବସେନା ନେତା ସଞ୍ଜୟ ରାବତ କହିଥିଲେ ଯେ ଯଦି କଙ୍ଗନା ମୁମ୍ବାଇ ଆସିବ ଉଚିତ ନୁହେଁ । ଏଥିରେ କଙ୍ଗନା ମଧ୍ୟ ଜୋରଦାର ଜବାବ ସେଇଥିଲେ । ଜବାବରେ ସେ କହିଥିଲେ, ‘ମହାରାଷ୍ଟ୍ର କାହା ବାପାର ନୁହେଁ । ମହାରାଷ୍ଟ୍ର ତାର ଯିଏ ମରାଠୀ ଗୌରବକୁ ପ୍ରତିଷ୍ଠିତ କରିଛି ।

Leave A Reply

Your email address will not be published.