Latest Odisha News

BREAKING NEWS

ଭୁବନେଶ୍ଵରରେ ପହଞ୍ଚିଲେ ଜେପି ନଡ୍ଡା, ବ୍ରହ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେକୁ କରିବେ ସମ୍ବୋଧିନ

ଭୁବନେଶ୍ଵର: ଏକାସଙ୍ଗେ ବିଧାନସଭା ଓ ଲୋକସଭା ଲଢେଇ ପାଇଁ ତୟାର ରହିଛି ଓଡ଼ିଶା । ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କୁ ବିଭିନ୍ନ ପ୍ରକାରେ ନିଜ ଆଡକୁ ଟାଣିବାକୁ ରଣକୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ମୈଦାନକୁ ଓହ୍ଲାଇଲେଣି ଷ୍ଟାର ପ୍ରଚାରକ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ ନେତାଙ୍କୁ ଭରସା କରିଛନ୍ତି ଉଭୟ ବିଜେପି-କଂଗ୍ରେସ ।

ଆଜି ସକାଳେ ରାହୁଲ ଗାନ୍ଧି ସାଲେପୁର ଗସ୍ତରେ ଆସିଥିବା ବେଳେ ବର୍ତ୍ତମାନ ଭୁବନେଶ୍ଵରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଭୁବନେଶ୍ଵରରୁ ସିଧା ସ୍ଵତନ୍ତ୍ର ହେଲିପ୍ୟାଡରେ ବ୍ରହ୍ମପୁର ଯିବେ ନଡ୍ଡା । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେକୁ କରିବେ ସମ୍ବୋଧିତ ନଡ୍ଡା । ସେଠାରୁ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଗୁରୁମନ୍ତ୍ର ଦେବେ ଜେ.ପି ନଡ୍ଡା ।

ମେ’ ୧୩ ତାରିଖରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ପର୍ଯ୍ୟାୟକ୍ରମେ ଜିଲ୍ଲା ଅନ୍ୟ ବିଧାନସଭା ଓ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ବ୍ରହ୍ମପୁରରେ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ବିଜେପି ମୁଖ୍ୟଙ୍କ ଗସ୍ତ ଦଳୀୟ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ । ଏଥସହ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ଆସନ ସମେତ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ବିଧାନସଭା ଆସନରେ ବିଜୟୀ ହେବାକୁ ଦଳୀୟ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ନଡ୍ଡା ।

Leave A Reply

Your email address will not be published.