Latest Odisha News

BREAKING NEWS

୨୨ ନୁହେଁ ୨୩ରେ କଳାହାଣ୍ଡି ଆସିବେ ବିଜେପି ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା

କଳାହାଣ୍ଡି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହି ଗସ୍ତ ଜୁନ୍ ୨୨ରେ ହେବାକୁ ଥିବା ବେଳେ ଏବେ ଜୁନ୍ ୨୩ ସ୍ଥିର ହୋଇଛି।

ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର ଉଦ୍ଦେଶ୍ୟ ଦଳର ‘ଜନସମ୍ପର୍କ ଅଭିଯାନ’। ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଏବଂ ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏହିପରି ଏକ ଜନସମ୍ପର୍କ ଅଭିଯାନ ଆୟୋଜନ କରିଛି କେନ୍ଦ୍ରର ଶାସକ ଦଳ।

ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ନଡ୍ଡାଙ୍କ ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଦଳୀୟ ଓଡ଼ିଶା ଶାଖା। ଦଳର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, “କିଛି କାରଣରୁ ଗସ୍ତକୁ ଦିନକ ପାଇଁ ଦଳର ଅଧ୍ୟକ୍ଷ ଘୁଞ୍ଚାଇଛନ୍ତି। ହେଲେ କେଉଁ କାରଣ ପାଇଁ ଏପରି ହୋଇଛି ସେ ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି ସାଂସଦ ନଡ୍ଡା।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବିଜେପି ପାଇଁ ଏକ ବଡ଼ କାର୍ଯ୍ୟକ୍ରମ ବୋଲି କୁହାଯାଉଛି। ପାରମ୍ପରିକ ଭାବେ ବିଜୁ ଜନତା ଦଳର ଗଡ଼ ଭାବେ ପରିଗଣିତ ହେଉଥିବା ଏହି ଅଞ୍ଚଳରେ ବିଜେପିର ଏପରି କାର୍ଯ୍ୟକ୍ରମ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ସ୍ଥିର କରିଛି।

ନଡ୍ଡାଙ୍କ ବ୍ୟତୀତ ବିଜେପିର ଅନ୍ୟ କେତେକ ପ୍ରମୁଖ ନେତା ମଧ୍ୟ ‘ଜନସମ୍ପର୍କ ଅଭିଯାନ’ ଅନ୍ତର୍ଗତ ଓଡ଼ିଶା ଗସ୍ତରେ ଆସିବାର ଯୋଜନା ରହିଛି। ଏମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଯିଏକି ନିକଟରେ ଆସିବାର ଥିଲା, କିନ୍ତୁ ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ ଯୋଗୁଁ ତାଙ୍କ ଗସ୍ତ ସ୍ଥଗିତ ରହିଛି।

Leave A Reply

Your email address will not be published.