ଭୁବନେଶ୍ବର: କରୋନା ଟିକା ନେଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି।
ଏହାସହିତ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି। ଯାହାର ପ୍ରକ୍ରିୟା ଅତ୍ୟନ୍ତ ସୁରକ୍ଷିତ ଏବଂ କୁଶଳ ବୋଲି କହିଛନ୍ତି ଶ୍ରୀ ପଣ୍ଡା। ଏହାସହିତ ଆଗାମୀ ଦିନରେ ଭାରତକୁ କୋଭିଡ ମୁକ୍ତ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି।
Comments are closed.