Latest Odisha News

ଅଡୁଆରେ ମମତା ବାନାର୍ଜୀ !

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଉପ ନିର୍ବାଚନରେ ଟିଏମସିର ମମତା ବାନାର୍ଜୀ ଓ ବିଜେପିର ପ୍ରିୟଙ୍କା ଟିବରିୱାଲ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ସ୍ଥିତି ଉପୁଜିଛି । ମମତା ତାଙ୍କ ନାମରେ ଥିବା ୫ଟି ପୋଲିସ ମାମଲା ସତ୍ୟପାଠରେ ଉଲ୍ଲେଖ କରି ନାହାନ୍ତି । ଏହି ମାମଲା ତାଙ୍କ ବିରୋଧରେ ଆସାମରେ ଦାୟର ହୋଇଥିଲା । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଏ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି ।

ଯଦି ମମତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଏ ତାହାହେଲେ ସେ ନିର୍ବାଚନ ଲଢ଼ିପାରିବେ ନାହିଁ । ସୂଚନାଯୋଗ୍ୟ, ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାଜିତ ହୋଇଥିଲେ । ଯଦି ଦିଦି ନିର୍ବାଚନ ଲଢ଼ି ନ ପାରିବେ ତାହାହେଲେ ମୁଖ୍ୟମନ୍ତ୍ରୀ ପଦ ବି ହାତଛଡା କରିବେ ।

Leave A Reply

Your email address will not be published.