Latest Odisha News

BREAKING NEWS

ସୋଆ ପ୍ରଫେସର ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ବର:  ସୋଆ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ।  ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ସମ୍ମାନିତ । ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି ।

BjdElectrycity

ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି । ଗତବର୍ଷ ୟୁଏସ୍ଏର ଷ୍ଟାନଫୋର୍ଡ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନୀତ ହୋଇଛି । ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।

୧୯୭୧ ମସିହାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମଟେକ୍ ମେଟାଲର୍ଜି ହାସଲ କରିଛନ୍ତି ପ୍ରଫେସର ଶୁକ୍ଳା । ହାଇଡ୍ରୋମେଟାଲର୍ଜି, ବାୟୋହାଇଡ୍ରୋମେଟାଲର୍ଜି, ୱେଷ୍ଟ ମ୍ୟାନେଜମେଣ୍ଟ, ଏନଭାଇରନମେଣ୍ଟାଲ ମାଇନିଂ ମ୍ୟାନେଜମେଣ୍ଟ ଆଣ୍ଡ ରି-ସାଇକ୍ଲିଂ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି ।

ପ୍ରଫେସର ଶୁକ୍ଳାଙ୍କର ୪୫ ବର୍ଷର ଗବେଷଣା ଅଭିଜ୍ଞତା ରହିଥିବା ବେଳେ ସେ ପୂର୍ବରୁ ଭୁବନେଶ୍ବର ସ୍ଥିତ ସିଏସ୍ଆଇଆର୍ – ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜିର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Leave A Reply

Your email address will not be published.