Latest Odisha News

BREAKING NEWS

ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ରେଲୱେ ପୋଲିସ ସହାୟତାରେ ଉଦ୍ଧାର କରି ଆଣୁଛି ଧଉଳି ଥାନା ପୋଲିସ ।

ଶନିବାର ନିଜେ ଅପହରଣ ହୋଇଥିବାର ନାଟକ ରଚିଥିଲା ସ୍ବିଗି ଡେଲିଭରୀ ବୟ ପତିତପାବନ । ଦୁର୍ବୃତ୍ତମାନେ ତାଙ୍କୁ ଛୁରି ଭୁସି ଦେଇଛନ୍ତି । ତେଣୁ ତାଙ୍କୁ ଉଦ୍ଧାର କରିବାକୁ ନିଜ ପତ୍ନୀଙ୍କୁ ଭଏସ ମେସେଜ କରିଥିଲା ପତିତପାବନ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ପର୍ସ, ଚପଲ ପାଇଥିଲା । ଆଉ ଆଜି ଏହି ଘଟଣାର ସତ୍ୟାସତ୍ୟ ଜଣାପଡିଛି । ଗୋପର ଜଣେ ଯୁବତୀଙ୍କୁ ନେଇ ଯାଇଥିଲେ ଡେଲିଭରି ବୟ । ପ୍ରେମିକା ସହ ଫେରାର ହେବାକୁ କରିଥିଲେ ଏହି ମିଛ ନାଟକ । ଶେଷରେ ମଧ୍ୟପ୍ରଦେଶରୁ ଉଭୟ ଡେଲିଭରି ବୟ ପତିତପାବନ ଓ ପ୍ରେମିକାକୁ ରେଲୱେ ପୋଲିସ ସହାୟତାରେ ଉଦ୍ଧାର କରି ଆଣୁଛି ଧଉଳି ଥାନା ପୋଲିସ । ଅନ୍ୟପଟେ ପତିତପାବନଙ୍କ ପତ୍ନୀ କହିଛନ୍ତି ଉଭୟ କୋର୍ଟ ମ୍ୟାରେଜ୍ କରିଥିଲେ । ଯଦି ଏପରି ସ୍ବାମୀ ନସୁଧୁରିବେ, ତେବେ ଏନେଇ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଡେଲିଭରୀ ବୟ ଓ ପ୍ରେମିକାଙ୍କୁ ଭୁବନେଶ୍ବର ଅଣାଯିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ ।

Leave A Reply

Your email address will not be published.