Latest Odisha News

BREAKING NEWS

ବିଜେପିରେ ବହୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ଓଡ଼ିଶାରେ ମ୍ୟୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ଼ ସ୍ଥିର କରିବ ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଦିନ କହିଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ସମ୍ପର୍କରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଗଣମାଧ୍ୟମ ଆଗରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି, ହୁଏତ କୌଣସି କେନ୍ଦ୍ରୀୟ ନେତା ତାଙ୍କୁ ଏକଥା କହିଥିବେ ଅଥବା ଏହା ତାଙ୍କର ବ୍ୟକ୍ତିଗତ ମତ ହୋଇଥାଇପାରେ ।

ଏସମ୍ପର୍କରେ ସେ ଅଧିକ କିଛି ଜାଣିଛନ୍ତି କି ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ସେ ଉତ୍ତର ଦେଇ କହିଛନ୍ତି, “ଏହା ମୁଁ କିପରି କହିପାରିବି? ମୁଁ ତ’ ଜୁଏଲଙ୍କ ପ୍ରାଇଭେଟ ସେକ୍ରେଟାରୀ ନୁହେଁ ।”

ସେ ଆହୁରି ମଧ୍ୟ କହିଛନ୍ତି, ଏହା ବିଜେଡ଼ି ପରି ନୁହେଁ, ରାଜ୍ୟ ବିଜେପିରେ ନେତାଙ୍କ ଅଭାବ ନାହିଁ । “କିନ୍ତୁ ମୁଁ ନାମ କହିବାକୁ ଚାହୁଁନାହିଁ,” ବୋଲି ସେ କହିଛନ୍ତି ।

ଏଠାରେ ଏହା ଉଲ୍ଲେଖ୍ୟଯୋଗ୍ୟ କି, ନଭେମ୍ବର ୨୭ ତାରିଖରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତାଙ୍କର ଏକ ବୟାନରେ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଅଟନ୍ତି ଏବଂ ତାଙ୍କ ନେତୃତ୍ୱରେ ଦଳ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ।

ସେହି ଦିନ ହିଁ ପୂର୍ବତନ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ନୂଆଦିଲ୍ଲୀଠାରେ ବିଜେପିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.