Latest Odisha News

BREAKING NEWS

ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ, ଜନତା ମଇଦାନ ଯାଇ ସ୍ଥିତି ସମୀକ୍ଷା କଲେ ମନମୋହନ ସାମଲ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ଶପଥ ନେବେ ଓଡିଶାର ନୂଆ କ୍ୟାବିନେଟ ମନ୍ତ୍ରୀ । ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ସହ ସଜେଇ ହେଉଛି ଜନତା ମଇଦାନ । ସୁରକ୍ଷା ବଳୟରେ ଛାଉଣି ହେବ ଜନତା ମଇଦାନ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହାରି ଭିତର ଜନତା ମଇଦାନ ଯାଇ ପ୍ରସ୍ତୁତିର ସ୍ଥିତି ନୀରିକ୍ଷଣ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହା ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ଡିଜି ଅରୁଣ ଷଡଙ୍ଗୀ ଇତ୍ୟାଦି ମଧ୍ୟ ଉପସ୍ଥିତ ରହିଛନ୍ତି ।

ତେବେ ୨୪ ବର୍ଷ ପରେ ଓଡିଶା ଦେଖିବ ନୂଆ ମୁଖ୍ୟମୁନ୍ତ୍ରୀଙ୍କ ମୁହଁ  । ଆଉ ମାତ୍ର କେଇଟା ଘଣ୍ଟା । ପର୍ଯ୍ୟବେକ୍ଷକ ଭାବେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ । ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ରାଜ୍ୟ ବିଜେପି କାର୍ଯ୍ୟଳାୟରେ ବିଧାୟକ ବୈଠକରେ ଯୋଗ ଦେବେ । ଆଉ ସନ୍ଧ୍ୟା ସୁଦ୍ଧା ଓଡିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଏହାପରେ ଆସନ୍ତାକାଲି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.