Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଆଜି ସକାଳୁ ଖୋଲିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟକୁ କେବଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ । ସେହିପରି ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଓଟିଡିସି ୱେବସାଇଟରେ ଅନଲାଇନରେ ବୁକିଂ କରି ଏହି ସୁବିଧା ନେଇ ପାରିବେ ।

ବର୍ତ୍ତମାନ ମହାମାରୀ କରୋନା ପାଇଁ କଡ଼ା କଟକଣାରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ଶିମିଳିପାଳ । କରୋନା ଭଳି ମହାମାରୀ ଯୋଗୁଁ ଳକଡଉନ୍ କାରଣରୁ ଦୀର୍ଘ ୭ ମାସରୁ ଅଧିକ ହେବ ବନ୍ଦ ଥିଲା ଶିମିଳିପାଳ । ଏହି ଜାତୀୟ ଅଉଦ୍ୟାନ ଆଜି ଖୋଲିବା ପରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ପ୍ରଥମ ଦିନରେ ପିଠାବଟା ଗେଟରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କୁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ବ ନିୟମ ପାଳନ କରିବା ବାଧ୍ୟତାମୂଳକ କରଯାଇଛି । ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳୁଛି ।

Leave A Reply

Your email address will not be published.