ଭୋପାଳ: ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍ବିଜୟ ସିଂଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା ଦାୟର କରାଯାଇଛି । ପୁଲିସ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କର ଏକ ଭିଡିଓ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଦିଗ୍ବିଜୟଙ୍କ ସମେତ ୧୧ ଜଣ ଏହି ଭିଡିଓକୁ ଶେୟାର କରିଥିଲେ । ଏବେ ସେମାନଙ୍କ ନାମରେ ଏତଲା ଦିଆଯାଇଛି ।
ଗତ ରବିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚେତାବନୀ ଦେଇ କହିଥିଲେ ଯେ, ଏହି ଭିଡିଓକୁ ଭାଇରାଲ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିବରାଜ କହୁଛନ୍ତି ମଦର ପ୍ରସାର ଏତେମାତ୍ରାରେ କରିଦିଆଯାଉ ଯେମିତି ଏହାକୁ ସମସ୍ତେ ପିଇବେ ଏବଂ ଶୋଇ ରହିବେ । ଦିଗବିଜୟ ଏହି ଭିଡିଓକୁ ଏବେ ଡିଲିଟ କରି ଦେଇଛନ୍ତି ।
Comments are closed.