Latest Odisha News

BREAKING NEWS

ବଢ଼ୁଛି ବାଲି ମାଫିଆଙ୍କ ରାଜ୍, ରାଜ୍ୟପାଳଙ୍କୁ ଅଭିଯୋଗ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି: ବିଜେପି ନଦୀ ସୁରକ୍ଷା ସମିତି

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ବାଲି ମାଫିଆଙ୍କ ରାଜ୍ । ଅବାଧ ବାଲି ଚୋରୀ କାରଣରୁ ପ୍ରତିବର୍ଷ ୧୪ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ରାଜ୍ୟରେ ବେଧଡ଼କ ଚାଲିଛି ବେଆଇନ ବାଲି ଉଠାଣ । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ପ୍ରମୁଖ ସହ ୧୧ଟି ନଦୀରେ ବଢ଼ି ଚାଲିଛି ଚୋରା ବାଲି ଚାଲାଣ । ଫଳରେ ନଦୀ ବନ୍ଧଗୁଡ଼ିକ ଅସୁରକ୍ଷିତ ଓ ଦୁର୍ବଳ ହୋଇପଡ଼ୁଛି । ପ୍ରଭାବିତ ହେଉଛନ୍ତି ନଦୀ କୂଳରେ ବାସ କରୁଥିବା ଗାଁ ଲୋକେ । ଏନେଇ ରାଜ୍ୟପାଳଙ୍କୁ ଅଭିଯୋଗ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ନଦୀ ସୁରକ୍ଷା ସମିତି ।

ବାଲି ଚୋରା ଚାଲାଣ ଯୋଗୁଁ ପରିବେଶ ବିପର୍ଯ୍ୟସ୍ତ ହେଉଛି । ବିନା ଲାଇସେନ୍ସରେ ଉଠୁଛି ବାଲି । ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି । ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ହେଲେ ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ରହୁଥିବାରୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ବିଜେପି ନଦୀ ସୁରକ୍ଷା କମିଟି ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ସହ ସଂଯୋଜକ ହରିହର ବେହେରା, ଶୁଭ୍ରାଂଶୁ ପାଢ଼ୀ, ଦିବ୍ୟ କିଶୋର ଭୋଇ, ଅଜୟ କୁମାର ସାହୁ, ମନୋଜ କୁମାର ବେହେରା, ଅଶୋକ କୁମାର ରଥ, ନନ୍ଦିନୀ ଶତପଥି ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ବେଆଇନ ବାଲି ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି ।

Comments are closed.