Latest Odisha News

BREAKING NEWS

ରାଜ୍ୟରେ ଅବାଧ ନିଶା କାରବାର ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର : ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟରେ ଅବାଧ ନିଶା କାରବାର ରୋକିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛିା ଏହି ଟିମର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ଭିତରେ ଡ୍ରଗ୍ସ ସେବନର ହାର ବୃଦ୍ଧି ପାଇବାରେ ଲାଗିଛି ।

ଏହି ଡ୍ରଗ୍ସ ସେବନକୁ ନିପାତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡିଶା ପୋଲିସ ମଧ୍ୟ ଡଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ । ଏଥିପାଇଁ ପୂର୍ବତନ ଡିଜିପି ଅଭୟଙ୍କ ନେତ୍ୱତ୍ୱରେ ଟାସ୍କ ଫୋର୍ସ ଗଠନ କରାଯାଇଛି । ମୁଖ୍ୟ ଶାଶନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଗଠନ କରାଯାଇଛି ।

ଏହି ଟିମରେ ଗୃହ ସଚିବ, ପରିବାର କଲ୍ୟାଣ ସଚିବ, ସାମାଜିକ ସୁରକ୍ଷା ସଚିବ ,ଅବକାରୀ ବିଭାଗ ସଚିବ ପ୍ରମୁଖ ରହିବେ ବୋଲି ଜଣାପଡିଛି । ରାଜ୍ୟରେ ଡ୍ରଗ୍ସ କାରବାର ବଢୁଥିବାରୁ ଏହି ଟାସ୍କ ଫୋର୍ସ ଡ୍ରଗ ଚାଲଣ ରୋକିବା ସହ ଡ୍ରଗ୍ସ କାରବାର ଉପରେ ନିୟନ୍ତ୍ରଣ ଆଣିବ ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.