Latest Odisha News

BREAKING NEWS

‘ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ’

ଭୁବନେଶ୍ୱର: ଇଡି ଅଫିସ୍ ଆଗରେ ଟେଣ୍ଟ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଣ୍ଟ’ କରୁଛନ୍ତି । ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟମେଣ୍ଟ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ନେତମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ କହି କଡା କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନୋଜ ମହାପାତ୍ର କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ଆହୁରି କହିଛନ୍ତି ଯେ, ଅଭିଯୁକ୍ତ କିମ୍ବା ଅଭିଯୁକ୍ତଙ୍କ ପକ୍ଷଧର ତଦନ୍ତକାରୀ ସଂସ୍ଥା ଉପରେ ଚାପ ପ୍ରୟୋଗ କଲେ ଆଇନ୍‌ ର ଶାସନ ଚାଲିବ ନାହିଁ, ବରଂ ଦେଶରେ ଅଶାନ୍ତି ଓ ବିଶୃଂଖଳା ସୃଷ୍ଟି କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହା ବ୍ୟତୀତ, ସାରା ଭାରତବର୍ଷର ନିର୍ବାଚନ ସ୍ଥିତିକୁ ଯଦି ସମୀକ୍ଷା କରାଯିବ, ତାହାଲେ ବହୁତ ଆଞ୍ଚଳିକ ଦଳ କଂଗ୍ରେସଠାରୁ ଆଗରେ ଅଛନ୍ତି । ରାଜ୍ୟରେ କଂଗ୍ରେସ ଦଳ ତା’ର ପରିଚୟ ରଖିବା ପାଇଁ ସଂଘର୍ଷ କରୁଛି । ବହୁତ କଂଗ୍ରେସ ନେତାଙ୍କର ଧୋବଧବଳିଆ ଚେହେରା ତଳେ ଦୁର୍ନୀତି ଓ କଳାକାରନାମାର ଦାଗ ରହିଛି । ସେଥିପାଇଁ ଏମାନେ ଯେଉଁ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ ଅଟେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.