Latest Odisha News

BREAKING NEWS

ରୋନାଲ୍ଡୋ, ମେସିଙ୍କୁ ପଛରେ ପକାଇ ଅଧିକ ଆୟକାରୀ ଖେଳାଳି ହେଲେ ଫେଡେରର

ନ୍ୟୁୟର୍କ: ଷ୍ଟାର ଫୁଟବଲ ଖେଳାଳି ପର୍ତୁଗାଲାର କ୍ରିଷ୍ଟିଆନ ରୋନାଲ୍ଡୋ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଟେନିସ ଖେଳାଳି ରୋଜର ଫେଡେରର ଅଧିକ ଆୟକାରୀ ଖେଳାଳି ହୋଇଛନ୍ତି । ଫୋବର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଫେଡେରର ୮୦୨ କୋଟି ଟଙ୍କା ସହ ଶୀର୍ଷରେ ରହିଛନ୍ତି ।

ରୋନାଲ୍ଡୋ ୭୯୩ ଓ ମେସି ୭୮୫ କୋଟି ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟଙ୍କ ମଧ୍ୟରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୧୯୬ କୋଟି ଟଙ୍କା ସହ ୬୬ତମ ସ୍ଥାନରେ ରହିଛନ୍ତି । ପ୍ରଥମ ଟେନିସ ଖେଳାଳି ଭାବେ ଫେଡେରର ଚତୁର୍ଥ ସ୍ଥାନରୁ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମହିଳା ବିଭାଗରେ ଜାପାନର ନାଓମି ଓସାକା ୨୮୪ କୋଟି ଆୟ ସହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.